ଚମକିଲା କାନ୍ସ ଫିଲ୍ମ ଫେଷ୍ଟିଭାଲ, ଜଲଓ୍ବା ଦେଖାଇଲେ ବଲିଉଡ ସୁନ୍ଦରୀ
1 min read
ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି କାନ୍ସ ଫିଲ୍ମ ଫେଷ୍ଟିଭାଲ । ଏଥିରେ ନିଜ ଜଲୱାରେ ସମସ୍ତଙ୍କୁ ଦିଓ୍ବାନା କରିଛନ୍ତି ବଲିଉଡ ସୁନ୍ଦରୀ । ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ ନିଜ ଦେଶୀ ଅନ୍ଦାଜର ଜଲୱା ଦେଖାଇ ସାରିଥିବା ବେଳେ ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ବି ନିଜର ଚମକରେ ସମସ୍ତଙ୍କୁ ଚମକାଇ ଦେଇଛନ୍ତି।
କାନ୍ସର ରେଡ କାର୍ପେଟରେ ଐଶ୍ଚର୍ଯ୍ୟା ନିଜ ସୁନ୍ଦରତାର ଯାଦୁ ଦେଖାଇଥିବା ବେଳେ ବଲିଉଡ ଷ୍ଟାର ଉର୍ବଶୀ ରୌତେଲା, ତେଲଗୁ ସୁପରଷ୍ଟାର ତମନ୍ନା, ଟିଭି ଅଭିନେତ୍ରୀ ହିନା ଖାନ ମଧ୍ୟ ନିଜ ସୌନ୍ଦର୍ଯ୍ୟର ଚମକ ଦେଖାଇଛନ୍ତି ।
କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟରେ ବ୍ଲାକ ଗାଉନରେ ନଜର ଆସିଛନ୍ତି ଐଶ୍ଚର୍ଯ୍ୟା । ସେ ଏହି ଗାଉନରେ କୌଣସି ପରୀଠୁ କମ୍ ଲାଗୁ ନାହାନ୍ତି। ଐଶ୍ଚର୍ଯ୍ୟାଙ୍କ ଗାଉନ୍ ଅନ୍ୟ ସମସ୍ତଙ୍କ ଆଉଟଫିଟଠୁ ଟିକେ ହଟକେ ହୋଇଛି। କାରଣ ଏଥିରେ ଫ୍ଲୋରାଲ 3D ଫ୍ଲାୱାର୍ସ ଲାଗିଛି, ଯାହାକି ଗାଉନ୍ର ସୁନ୍ଦରତାକୁ ଚାରଚାନ୍ଦ ଲଗାଇ ଦେଉଛି।
ସେହିପରି ସାଧା ମେକଅପ୍ରେ ନଜର ଆସିଥିବା ଐଶ୍ଚର୍ଯ୍ୟା କାଜଲ ସହ ପିଙ୍କ କଲର ଲିପ ବ୍ଲଶ୍କୁ ଚୟନ କରିଛନ୍ତି। ଖୋଲା ହେୟାର ଷ୍ଟାଇଲ ସହ ନିଜ ଗର୍ଜିୟସ ଲୁକ୍କୁ ପୂରା କରିଛନ୍ତି ସୁନ୍ଦରୀ ନୀଳ ନୟନା।
ଏହାବାଦ କାନ୍ସ ରେଡ କାର୍ପେଟରେ ତେଲଗୁ ସୁରପଷ୍ଟାର ତମନ୍ନା ଭାଟ୍ଟିଆ ମୋନୋକ୍ରୋମ୍ ଗାଉନ୍ ପିନ୍ଧିଛନ୍ତି। ଏହାକୁ ଶଲିନା ନଥାନୀ ଡିଜାଇନ କରିଛନ୍ତି। ନିଜ ଲୁକ୍କୁ ପୂରା କରିବାକୁ ତମନ୍ନା ଡାଇମଣ୍ଡ ଇୟରରିଙ୍ଗ୍ସ ସହ ଆଇ ମେକଅପ ଓ ନ୍ୟୁଡ ଲିପ୍ସ ଚୟନ କରିଛନ୍ତି।
ଏଥର କାନ୍ସରେ ସାମିଲ ହୋଇଥିବା ଉର୍ବଶୀ ବି ପୂରା ଉର୍ବଶୀଙ୍କ ପରି ଲାଗୁଛନ୍ତି। ଏହି ଅବସରରେ ସେ ଧଳା ଗାଉନ୍ରେ ନଜର ଆସିଥିବା ବେଳେ ରେଡ ଲିପ୍ସ ସହ ବଡ ଇୟରରିଙ୍ଗ୍ସ ବି ପିନ୍ଧିଛନ୍ତି ।
ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ମଧ୍ୟ କାନ୍ସ ଫେଷ୍ଟିଭାଲରେ ଗ୍ଲାମରର ତଡ଼କା ଲଗାଇଛନ୍ତି। ହିନା ନିଜ ଲୁକ୍ ପାଇଁ ରାମୀ ଅଲି ଲେବୁଲର ରେଡ ଷ୍ଟ୍ରାପଲେସ୍ ଗାଉନ ସହ ଚଙ୍କି ଇୟରରିଙ୍ଗ୍ସ ଓ ମେସି ହେୟାର ଷ୍ଟାଇଲ୍କୁ ବାଛିଛନ୍ତି। ସେହିପରି ମେକଅପ୍ରେ ହିନା ଲାଇଟ୍ ବେସ୍ ଓ ନ୍ୟୁଡ ଲିପ୍ସକୁ ସିଲେକ୍ଟ କରିଛନ୍ତି।
କାନ୍ସ ଫେଷ୍ଟିଭାଲରେ ଏଥର ସବୁଠୁ ଅଧିକ ଚର୍ଚ୍ଚା ହେଉଛି ଦୀପିକାଙ୍କ ଦେଶୀ ଲୁକକୁ ନେଇ। ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ ହୋଇଥିବା ବ୍ଲାକ ଓ ଗୋଲଡେନ ଶାଢୀରେ ପୂରା ଝଲସୁଛନ୍ତି ଏହି ବଲିଉଡ ଡିଭା। ତାଙ୍କର ଏହି ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହା ବାଦ କାନ୍ସ ଫେଷ୍ଟିଭାଲରେ ଦୀପିକାଙ୍କ ଆଉ ୨ଟି ଗ୍ଲାମରସ୍ ଲୁକ୍ ବି ନଜର ଆସିଛି। ସେଥିରେ ଏକ ମିଡି ଡ୍ରେସ୍ ଓ ଗ୍ରୀନ୍ ପ୍ୟାଣ୍ଟସ୍ ଓ ଶର୍ଟ ଲୁକ୍ ବି ରହିଛି। ହେଲେ ଏହାକୁ ଅଧିକ ଚର୍ଚ୍ଚା ଦୀପିକାଙ୍କ ଶାଢୀକୁ ନେଇ ହୋଇଛି।
ଡ୍ରାମାଟିକ୍ ସ୍ମୋକି ଆଇଲାଇନର୍ ସାଙ୍ଗକୁ ନ୍ୟୁଡ୍ ଲିପଷ୍ଟିକ୍ ଓ ହେଭି ଇୟରିଂ ପିନ୍ଧି ସେ ରେର୍ଡ କାର୍ପେଟରେ ନଜର ଆସିଛନ୍ତି । ଏଥିରେ ତାଙ୍କ ହେୟାର ଷ୍ଟାଇଲ୍ ମଧ୍ୟ ପୂରା ଅଲଗା ରହିଛି। ୯୦ ଦଶକର ଲୁକ୍ର ହେୟାର୍ସ ଷ୍ଟାଇଲ୍ କରିଛନ୍ତି ଦୀପିକା। ଏବେ ଯାଏ ମଧ୍ୟ ତାଙ୍କ ଲୁକ୍କୁ ଖୁବ୍ ପ୍ରଶଂସା ମିଳି ଆସୁଛି।
ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ବିଗତ ବର୍ଷମାନଙ୍କରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହୋଇ ଆସୁଥିବା ଦୀପିକା ପାଦୁକୋନ୍ ଏଥର କିନ୍ତୁ ଜୁରୀ ଟେବୁଲରେ ନଜର ଆସିଛନ୍ତି।