ବୈଜ୍ଞାନିକଙ୍କ ଦାବି: କରୋନାରେ ଗୁରୁତର ରୋଗୀଙ୍କ ଚିକିତ୍ସାରେ ସଞ୍ଜୀବନୀ ସାବ୍ୟସ୍ତ ହୋଇପାରେ ଗଞ୍ଜେଇ

1 min read

ଆମେରିକା: ଏକ ନୂତନ ଷ୍ଟଡୀରେ ଏହା କୁହାଯାଇଛି ଯେ, କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ଗୁରୁତର ରୋଗୀଙ୍କୁ ଗଞ୍ଜେଇ ମାଧ୍ୟମରେ ଚିକିତ୍ସା କରାଯାଇପାରିବ ।  ଆମେରିକାର ସାଉଥ କ୍ୟାରୋଲିନ ୟୁନିଭର୍ସିଟିର ଜଣେ ରିସର୍ଚ୍ଚର ମୂଷା ଦେହରେ ଗଞ୍ଜେଇର ତିନୋଟି ଅଧ୍ୟୟନ କରିଥିଲେ । ଅବଶ୍ୟ ନିଷ୍କର୍ଶ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଆହୁରୀ ଅନେକ ରିସର୍ଚ୍ଚର ଆବଶ୍ୟକତା ରହିଛି । ବୈଜ୍ଞାନିକ କହିଛନ୍ତି ଯେ, ସେ ଲୋକଙ୍କୁ ଗଞ୍ଜେଇ ଖାଇବା ପାଇଁ ପ୍ରୋତ୍ସାହିତ କରୁନାହାନ୍ତି । ଏମିତି କରିଲେ ଲୋକଙ୍କ ରୋଗ ଆହୁରୀ ବଢ଼ିବାର ସମ୍ଭାବନା ରହିଛି ।

କିନ୍ତୁ ଆମେରିକୀୟ ରିସର୍ଚ୍ଚରୁ ଏହା ଜଣାପଡ଼ିଛି ଯେ, ଗଞ୍ଜେଇରେ ଥିବା THC ( Tetrahydrocannabinol ) ପଦାର୍ଥ ଦ୍ୱାରା କରୋନା ରୋଗୀଙ୍କ ଚିକିତ୍ସା କରାଯାଇପାରିବ । ବାସ୍ତବରେ, THC ଲୋକଙ୍କୁ ବିପଜ୍ଜନକ Immune Response ରୁ ରକ୍ଷା କରିପାରିବ, ଯାହା କାରଣରୁ ଗୋରୀ Acute Respiratory Distress Syndrome (ARDS) ର ଶିକାର ହୋଇଯାଆନ୍ତି ।

ଡେଲି ମେଲର ଏକ ରିପୋର୍ଟ ମୁତାବକ, କରୋନା ଦ୍ୱାରା ଆକ୍ରାନ୍ତ ଗମ୍ଭୀର ରୋଗୀଙ୍କ ମଧ୍ୟରେ ARDSର ସମସ୍ୟା ଦେଖାଦେଇଥାଏ । ଏହି କାରଣରୁ ଅନେକ ରୋଗୀଙ୍କର ମୃତ୍ୟୁ ମଧ୍ୟ ହୋଇଯାଏ । ଅନ୍ୟପଟେ ଆମେରିକୀୟ ଷ୍ଟଡୀରେ ସର୍ବ ପ୍ରଥମେ ଏହା ଜାଣିବା ପାଇଁ ପ୍ରୟାସ କରାଯାଇଥିଲା ଯେ THC ଇମ୍ୟୁନ ରେସପନ୍ସକୁ ରୋକିପାରୁଛି ନା ନାହିଁ ।

ଆମେରିକୀୟ ବିଶ୍ୱବିଦ୍ୟାଳୟରେ ତିନୋଟି ଷ୍ଟଡୀରେ ଅନେକ ପ୍ରକାରର ପ୍ରୟୋଗ କରିସାରିଛି । ପ୍ରଥମେ ମୂଷାକୁ ଏକ ଟକ୍ସିନ ଦିଆଯାଇଥିଲା ଏବଂ ଏହାପରେ THC ଦିଆଯାଇଥିଲା । ଏହି ପ୍ରୟୋଗରେ ଯେଉଁ ମୂଷାକୁ THC ଦିଆଯାଇଥିଲା ତାଙ୍କ ଜୀବନ ବଞ୍ଚିଯାଇଥିଲା । କିନ୍ତୁ ସେହି ମୂଷା ମାନଙ୍କର ମୃତ୍ୟୁ ହୋଇଥିଲା ଯେଉଁମାନଙ୍କୁ କେବଳ ଟକ୍ସିନ ଦିଆଯାଇଥିଲା  ।

ତେବେ ଅନୁସନ୍ଧାନକାରୀମାନେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଏହି ବିଷୟ ଉପରେ ଅଧିକ ଅନୁସନ୍ଧାନ କରାଯିବା ଆବଶ୍ୟକତା ରହିଛି ଏବଂ ସେମାନେ ଲୋକଙ୍କୁ ଗଞ୍ଜେଇ ସେବନ କରିବାକୁ ଉତ୍ସାହିତ କରୁନାହାଁନ୍ତି । କିନ୍ତୁ ଗବେଷକମାନେ ବର୍ତ୍ତମାନ ଗଞ୍ଜେଇର ମାନବ ପରୀକ୍ଷା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି । ସୂଚନା ଅନୁଯାୟୀ, ଆମେରିକାର କେତେକ ରାଜ୍ୟରେ ଗଞ୍ଜେଇର ବ୍ୟବହାର ଆଇନଗତ ଅଟେ ।

Leave a Reply