୩୧୪ ବ୍ଲକରେ ହେବ କଏନ ଏକ୍ସଚେଞ୍ଜ ମେଳା

ଭୁବନେଶ୍ୱର : ୩୧୪ ବ୍ଲକରେ ହେବ କଏନ ଏକ୍ସଚେଞ୍ଜ ମେଳା। ୫୦ ପଇସାରୁ ୨୦ ଟଙ୍କିଆ କଏନ ସାଧାରଣ ଜନତା ବଦଳାଇପାରିବେ । ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଡିସେମ୍ବରରୁ ଫେବ୍ରୁଆରୀ ଯାଏଁ ୩ ମାସରେ ସମସ୍ତ ବ୍ଲକରେ କଏନ ଏକ୍ସଚେଞ୍ଜ ମେଳା ଚାଲିବ । ମେଳାରେ ଚିରା ଫଟା ନୋଟ ବି ବଦଳାଇହେବ। ବ୍ୟାଙ୍କଗୁଡିକରେ ସବୁଦିନ କଏନ ବଦଳାଇପାରିବେ ଗ୍ରାହକ। କୌଣସି ବ୍ୟାଙ୍କ କଏନ ବଦଳାଇବାକୁ ମନା କରିପାରିବେ ନାହିଁ। ସେଭଳି ଖବର ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । କଏନର ଗ୍ରହଣୀୟତାକୁ ନେଇ ଅନେକ ଗୁଜବ ମାର୍କେଟରେ ବୁଲୁଛି।

ଏଭଳି ଗୁଜବରେ ବିଶ୍ୱାସ ନ କରିବାକୁ ଗଣମାଧ୍ୟମ ଜରିଆରେ ଅପିଲ କରିଛି ଆରବିଆଇ । ୨ ହଜାର ଟଙ୍କିଆ ଅଦଳବଦଳ ଏବେ ବି ଚାଲିଛି। ବ୍ୟକ୍ତିଗତ ଭାବେ ୫ ଖଣ୍ଡ ୨ ହଜାର ଟଙ୍କିଆ ନୋଟ ଗ୍ରହଣ କରାଯାଉଛି। ହେଲେ ପୋଷ୍ଟାଲ ମାଧ୍ୟମରେ ୨ ହଜାର ଟଙ୍କିଆ ବଦଳ ପରିମାଣକୁ ବୃଦ୍ଧି କରାଯାଇଛି  ବୋଲି କହିଛି ଆରବିଆଇ  ।