spot_img

Latest Posts

ସମ୍ବଲପୁରରେ ଶାନ୍ତି ପାଇଁ ବିଜୁ ଯୁବ ଛାତ୍ର ମହିଳା ଜନତା ଦଳ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ଭୁବନେଶ୍ୱର: ସମ୍ବଲପୁରରେ ଶାନ୍ତି ବଜାୟ ରହିବା ପାଇଁ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ମହମ ଶୋଭାଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଅହିଂସାରେ ବିଶ୍ୱାସ କରନ୍ତି । କିନ୍ତୁ ଓଡ଼ିଶାରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଜାତି ଓ ଧର୍ମକୁ ନେଇ ସମ୍ବଲପୁରରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଛି । ଏହି ସଂଦର୍ଭରେ ସମ୍ବଲପୁରରେ ଶାନ୍ତି, ସଦଭାବନା ଏବଂ ଭାଇଚାରା ବଜାୟ ରଖିବାକୁ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ମହମ ଶୋଭାଯାତ୍ରା ଆୟୋଜନ କରାଯାଇଛି । ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟଙ୍କ ନେତୃତ୍ବରେ ହାଉସିଂବୋର୍ଡ ନିଗମ ଛକଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଏହି ଶାନ୍ତିପୂର୍ଣ୍ଣ ମହମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇ ଯୁବ-ଛାତ୍ର-ମହିଳାଙ୍କୁ ଉତ୍ସାହିତ କରିଥିଲେ ।

ଓଡ଼ିଶାରେ ଏକ ନିର୍ଦ୍ଦିଷ୍ଟ ସାମ୍ପ୍ରଦାୟିକ ଦଳ ତା’ର ରାଜନୈତିକ ଫାଇଦା ପାଇଁ ଜାତି ତଥା ଧର୍ମକୁ ନେଇ ଅଶାନ୍ତିର ବାତାବରଣ ସୃଷ୍ଟି କରି ଶାନ୍ତି, ଭାଇଚାରାକୁ ନଷ୍ଟ କରିବାର ଅପଚେଷ୍ଟାକୁ ବିଜୁ ଯୁବ-ଛାତ୍ର- ମହିଳା ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏହି ମହମ ଶୋଭାଯାତ୍ରାରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଧୃତି ରଞ୍ଜନ ମାର୍ଥା, ମହାସଚିବ ଏଲିନା ଦାଶ, ବରିଷ୍ଠ ଉପସଭାପତି ଜ୍ୟୋସ୍ନାମୟୀ ପରିଡ଼ା, ସୁବାସ ନାୟକ, ଭୁବନେଶ୍ୱର ଜିଲ୍ଲା ସଭାପତି ସମରେଶ ବେଉରିଆ, ଭୁବନେଶ୍ୱର ଜୋନ୍ ସଭାପତି ବିଜୟକେତନ ସାହୁ, ଉପସଭାପତି ସୋଫିଆ ଆଲମ, ସୁନିଲ ପଣ୍ଡା, ତାରିଣୀ ନାୟକ, ଶୁଭ୍ରଜିତ୍ ପାଢି, ଦିଲିପ ସେନାପତି, ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ମିକୁ ପ୍ରଧାନ, ବିଶ୍ବ ପ୍ରତାପ ସାହୁ, ମହାସଚିବ ଇପ୍ସିତା ସାହୁ, ବରିଷ୍ଠ ଉପସଭାପତି ବିଜୟ ବସନ୍ତିଆ, ଅଜିତ ବେହେରା, ସ୍ୱାଗତିକା ମହାନ୍ତି, ଉପସଭାପତି ସୁଜିତ ପାଲଟାସିଂ, ସଙ୍କେତ ରାୟ, ଅରୁପ ଶ୍ରୀଚନ୍ଦନ, ଭୁବନେଶ୍ୱର ଜୋନ୍ ସଭାପତି ଭଗବାନ ସାହୁ, ଭୁବନେଶ୍ୱର ଜିଲ୍ଲା ସଭାପତି ସୁବାସ ସାହୁଙ୍କ ସମେତ ଛାତ୍ର ଯୁବ ବିଜେଡିର ସମସ୍ତ ରାଜ୍ୟ ସାଧାରଣ ସମ୍ପାଦକ, ସମ୍ପାଦକ,ଯୁଗ୍ମ ସମ୍ପାଦକ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

 

Latest Posts

Don't Miss