ଆଶାୟୀଙ୍କ ଲମ୍ବା ତାଲିକା, ସବୁ ଦଳରେ ଟିକେଟ୍ ଚିନ୍ତା

1 min read

ଭୁବନେଶ୍ବର: ନିର୍ବାଚନ ପାଇଁ ଉଷ୍ମ ହେଲାଣି ରାଜ୍ୟ ରାଜନୀତି । ନିର୍ବାଚନ ଆୟୋଗଙ୍କ ସମୀକ୍ଷା ପରେ ସବୁ ଦଳରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଚାଲିଛି ଟିକେଟ କସରତ୍ । ବିଜେଡି ପୁଣି କ୍ଷମତାକୁ ଆସିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ଯମର ସର୍ଭେ ରିପୋର୍ଟ ଆସିବା ପରେ ବିରୋଧୀ ଚିନ୍ତାରେ ପଡ଼ିଛନ୍ତି । ଆଗୁଆ ଟିକେଟ ବଣ୍ଟନ ପାଇଁ ପ୍ରସ୍ତୁତି କରୁଥିବା କଂଗ୍ରେସକୁ ଦଳଡି଼ିଆଁ ଭୟ ଘାରିଛି। ବିଜେପିରେ ଲାଗିରହିଛି ପ୍ରାର୍ଥୀ ଦ୍ଵନ୍ଦ୍ବ ।   ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ନିର୍ବାଚନ ପାଇଁ ପ୍ରସ୍ତୁତି । ସବୁ ଦଳରେ ଟିକେଟ୍ ଚିନ୍ତା । ଆଶାୟୀଙ୍କ ଲମ୍ବା ତାଲିକା । ହାତକୁ ଭୟ ଦଳଡ଼ିଆଁ। ବିଜେପିରେ ପ୍ରାର୍ଥୀ ଦ୍ଵନ୍ଦ୍ବ। ବିଜେଡିରେ ନାହିଁ କୌଣସି ସମସ୍ଯା। ନିର୍ବାଚନ ପାଇଁ ଖୁବଶୀଘ୍ର ତାରିଖ ଘୋଷଣା ହେବ । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି କରୁଛନ୍ତି । ୨୦୨୪ ନିର୍ବାଚନରେ ଓଡ଼ିଶାରେ ପୁଣି ନବୀନ ଓ ପୁଣି ବିଜେଡି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ ଆସିଛି। ଏହାପରେ ସବୁ ରାଜନୈତିକ ଦଳଙ୍କୁ ଘାରିଛି ପ୍ରlର୍ଥୀ ଚୟନ ଚିନ୍ତା । ବିଜେଡି କହିଛି, ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି। ଟିକେଟ ବଣ୍ଟନ ଚିନ୍ତା ଅପେକ୍ଷା, ଅଧିକରୁ ଅଧିକ ଜନସେବା ଉପରେ ନେତା ଓ କର୍ମୀ ଫୋକସ ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚାଇବା ଉପରେ ବିଜେଡି ଗୁରୁତ୍ବ ଦେଇଛି ।

ସେପଟେ କଂଗ୍ରେସରୁ ଜଣକ ପରେ ଜଣେ ନେତା ଦଳ ଛାଡୁଛନ୍ତି । ଏହାରି ଭିତରେ ଆଜି ଜିଲ୍ଲା ସଭାପତିମାନଙ୍କ ସହ ଟିକେଟ୍ କସରତ କରିଛି କଂଗ୍ରେସ । ଆସନ୍ତାକାଲି ନିର୍ବାଚନ କମିଟି ବୈଠକ ବସିବ । ସେପଟେ ବିଜେପିରେ ପ୍ରlର୍ଥୀ ଦ୍ଵନ୍ଦ୍ବ ଲାଗି ରହିଛି  । ରାଜନୈତିକ ସମୀକ୍ଷକଙ୍କ ଯୁକ୍ତି ହେଉଛି, ବିଜେଡି ଭଲ ସ୍ଥିତିରେ ଅଛି । ନିର୍ବାଚନ ପ୍ରସ୍ତୁତିରେ ବହୁ ଆଗରେ ଅଛି ବିଜେଡି ।