ପଦ୍ମପୁର ଉପନିର୍ବାଚନ: ଆଜି ନାମାଙ୍କନ ଦାଖଲ କରିବେ ତିନି ଦଳ

ବରଗଡ: କମ୍ପିବ ପଦମପୁର । ଉଠିବ ପଡିବ ରାସ୍ତାଘାଟ । ତିନି ପ୍ରମୁଖ ଦଳର ପ୍ରାର୍ଥୀ ଆଜି ଦାଖଲ କରିବେ ନାମାଙ୍କନ । ଆଜି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି । ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହା । ୨୦୧୯ରେ ପଦମପୁରରେ ବିଜେପି ପ୍ରାର୍ଥୀ ହୋଇ ହାରିଥିବା ପ୍ରଦୀପ ପୁରୋହିତକୁ ଦଳ ପୁଣି ଥରେ ଟିକେଟ୍ ଦେଇଛି ।

ସେହିପରି କଂଗ୍ରେସ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି । ତିନି ପ୍ରାର୍ଥୀ ଆଜି ଶେଷ ଦିନରେ ନିଜ ନାମାଙ୍କର ଭରିବେ । ସେପଟେ ଗତକାଲି ପଦମପୁରରେ ବିଜେଡିର ପାୱାର ଶୋ କରିଛି । ବିଭିନ୍ନ ଜୋନରେ ବିଜେଡି ବିରାଟ ସଭାକରି ଭୋଟରଙ୍କୁ ଏକଜୁଟ କରୁଛି । ବାପାଙ୍କ ଗଡ଼ ଦଖଲ ଲାଗି ଭୋଟରଙ୍କ ସାମ୍ନାକୁ ଆସିଛନ୍ତି ବର୍ଷା ।

ବାପାଙ୍କୁ ମନେ ପକାଇ ନିଜେ ଲୁହରେ ଭିଜିବା ସହ ଭୋଟରଙ୍କୁ ବି ଭାବପ୍ରବଣ କରିଥିଲେ । କାର୍ଯ୍ୟକ୍ରମରେ ଦଳୀୟ ବହୁ ହେବିଓ୍ବେଟ ସାମିଲ ହୋଇଥିଲେ । ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ ଜନ ସମର୍ଥନ ଜୁଟାଇବାକୁ ଜୋରଦାର ପୟାସ ଆରମ୍ଭ କରିଛି ।