କ୍ୟାମ୍ପେନରେ କମ୍ପୁଛି ନୂଆପଡ଼ା ମଇଦାନ। ଭୋଟରଙ୍କୁ ଭେଟି ମନ ଜିଣିବାକୁ ପ୍ରୟାସ। ପାଖେଇ ଆସୁଛି ନିର୍ବାଚନ ତାରିଖ। ସମର୍ଥନ ସାଉଣ୍ଟିବାକୁ ଜନତାଙ୍କୁ ସାକ୍ଷାତ କରୁଛନ୍ତି ପ୍ରାର୍ଥୀ। ଗ୍ରାଉଣ୍ଡରେ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ, ବିଭିନ୍ନ ପଞ୍ଚାୟତରେ ସଭା କରୁଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ। ଘର ଘର ବୁଲି ଲୋକଙ୍କ ଆଶୀର୍ବାଦ ଲୋଡୁଛନ୍ତି। ଲୋକଙ୍କ ସମସ୍ୟା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝୁଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ଏହାସହ ଏବେର ସରକାର ସମୟରେ କିଭଳି ଲୋକେ ହଇରାଣ ହେଉଛନ୍ତି ସେ କଥା ଜଣାଉଛନ୍ତି। ଉପନିର୍ବାଚନରେ ବିଜେଡି ବିଜୟୀ ହେଲେ, ଲୋକଙ୍କ ସମସ୍ୟା କିଭଳି ସମାଧାନ କରାଯିବ, ସେ ନେଇ ସମସ୍ତ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସ୍ନେହାଙ୍ଗିନୀ।
ବାଇଟ () ସ୍ନେହାଙ୍ଗିନୀ ଛୁରିଆ, ବିଜେଡି ପ୍ରାର୍ଥୀ
ବାଇଟ () ଅଂଶୁ ତ୍ରିପାଠୀ, ରାଜ୍ୟ ସମ୍ପାଦିକା, ବିଜୁ ମହିଳା ଜନତା ଦଳ
ଭିଓ ୨ () ସେପଟେ କଂଗ୍ରେସ ଓ ବିଜେପି ନେତା ମଧ୍ୟ ପ୍ରଚାରକୁ ଆଗେଇ ନେଇଛନ୍ତି। ଚା’ ଦୋକାନରେ ନିଜ ହାତରେ ଚା’ ଓ କଫି ପ୍ରସ୍ତୁତ କରି ଲୋକଙ୍କୁ ବାଣ୍ଟୁଛନ୍ତି କଂଗ୍ରେସ ନେତା ସୁରେଶ ରାଉତରାୟ। ସେହିପରି ଅନ୍ୟ ନେତାମାନେ ମଧ୍ୟ ଜୋରସୋରରେ ଚଳାଇଛନ୍ତି ପ୍ରଚାର। ଅନ୍ୟପଟେ ଶାସକ ଦଳର ମନ୍ତ୍ରୀ ଓ ନେତା ନିଜ ଦଳର ପ୍ରାର୍ଥୀଙ୍କ ପାଇଁ କରିଛନ୍ତି କ୍ୟାମ୍ପେନ।
ବାଇଟ () ମାନସ କର, କଂଗ୍ରେସ ନେତା
ବାଇଟ () ଗଣେଶ ରାମ ସିଂ ଖୁଣ୍ଟିଆ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ବାଇଟ () ନୂଆପଡ଼ା ବାସିନ୍ଦା
ଫାଭିଓ () ପ୍ରଚାର ମଇଦାନରେ ପ୍ରାର୍ଥୀ ଓ ଦଳୀୟ ନେତା ନିଜ ନିଜ ସପକ୍ଷରେ ଭୋଟ ମାଗୁଥିଲେ ମଧ୍ୟ ସବୁକୁ ପରଖୁଛନ୍ତି ଭୋଟର।

