ରୁଚିକା ମହାନ୍ତିଙ୍କ ସ୍ମୃତିରେ ବିଜେବି କଲେଜ ଛାତ୍ର ୟୁନିଅନ ପକ୍ଷରୁ ଶୋଭାଯାତ୍ରା

ଭୁବନେଶ୍ୱର: ରୁଚିକା ମହାନ୍ତିଙ୍କ ସ୍ମୃତିରେ କ୍ୟାଣ୍ଡେଲ ରାଲି କରିଛନ୍ତି ଛାତ୍ରଛାତ୍ରୀ । ବିଜେବି କଲେଜ ଛାତ୍ର ୟୁନିଅନ ପକ୍ଷରୁ ଶୋଭାଯାତ୍ରା କରାଯାଇଛି । ହାତରେ କ୍ୟାଣ୍ଡେଲ ଓ ଦୀପ ଧରି ରୁଚିକାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଛାତ୍ରଛାତ୍ରୀ । ଖୁବଶୀଘ୍ର ୩ ଜଣ ସିନିଅରଙ୍କୁ ଧରି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ରୁଚିକାଙ୍କ ସୁଇସାଇଡ ନୋଟକୁ ନେଇ ପୋଲିସ ଛାନଭିନ ଆରମ୍ଭ କରିଛି  । ସେହି ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି  । ପାଖାପାଖି ଶହେଜଣ ଛାତ୍ରଙ୍କୁ ପଚରା ଉଚରା କଲାଣି ପୋଲିସ  । ରୁଚିକା ଆତ୍ମହତ୍ୟା ମାମଲାରେ ଏବେ ସୁଦ୍ଧା ୧୦୦ରୁ ଅଧିକଙ୍କୁ ଜେରା କରାଗଲାଣି । ଗତକାଲି ୬୨ ଜଣଙ୍କୁ ଜେରା କରିଥିଲା ପୋଲିସ । ଜେରାରୁ ୨ ଅଭିଯୁକ୍ତ ଛାତ୍ରୀଙ୍କ ବିଷୟରେ ସୂଚନା ମିଳିଛି । ସୁଇସାଇଡ଼ ନୋଟରେ ୩ ଜଣଙ୍କ ସମ୍ପର୍କରେ ଉଲ୍ଲେଖ କରିଥିଲେ ରୁଚିକା ।

ରାଗିଂ କରିଥିବା ଛାତ୍ରୀମାନେ ଯୁକ୍ତ ୩ ବିଜ୍ଞାନ ଶେଷବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି । ସୁଇସାଇଡ ନୋଟ୍ ସହିତ ହଷ୍ଟେଲ କର୍ତ୍ତୃପକ୍ଷ ଓ ଛାତ୍ରୀଙ୍କୁ ପଚରାଉଚରା କରି ଗୁମର ଖୋଜୁଛି ପୋଲିସ। ଛାନବିନ ଚଳାଇଛନ୍ତି ୩ଜଣିଆ ସ୍ବତନ୍ତ୍ର ଟିମ୍। ରୁମମେଟ, ସିନିୟର ଛାତ୍ରୀ, ସୁପରିଟେଣ୍ଡଣ୍ଟ , ଓ୍ବାଡେନ, ଆସିଷ୍ଟାଣ୍ଟ ଓ୍ବାଡେନଙ୍କ ସମେତ ଫ୍ଲୋର ଇନଚାର୍ଜଙ୍କୁ ପଚରାଉଚରା କରାଯାଇଛି। ଧାରା ୧୬୧ରେ ରୁମମେଟ ଏବଂ ଓ୍ବାଡେନଙ୍କ ବୟାନ ରେକର୍ଡ ହୋଇଛି । ହଷ୍ଟେଲରେ ମୋଟ ୧୩୪ଜଣ ସିନିୟର ଛାତ୍ରୀ ଅଛନ୍ତି।