ବିନା ଅପରେସନରେ ଭଲ ହେଉଛି କ୍ୟାନସର । ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ହେଲେ ବିନା ଅପରେନରେ ଭଲ ହୋଇପାରିବ ଏହି ଦୁରାରୋଗ । ବାହ୍ୟ ଶରୀରରେ କୌଣସି ଅପରେସନ ନ କରି ପାଟି କିମ୍ବା ମଳଦ୍ୱାର ପଟେ ହାଇଟେକ୍ନୋଲୋଜି ଜରିଆରେ ହୋଇପାରୁଛି ସଫଳ ଚିକିତ୍ସା । ଇଏସ୍ଡି ମାଧ୍ୟମରେ ଖାଦ୍ୟନଳୀ, ପାକସ୍ଥଳୀ, ମଳଦ୍ୱାର ଭଳି ସ୍ଥାନରେ କ୍ୟାନସର ଚିହ୍ନଟ ହେଲେ ତାହାକୁ ସଂପୂର୍ଣ୍ଣ ଭଲ କରାଯାଇପାରୁଛି । ତେବେ ରୋଗୀ ନିକଟରେ କ୍ୟାନସର ନେଇ ସାମାନ୍ୟ ସନ୍ଦେହ ହେଲେ ତୁରନ୍ତ ଟେଷ୍ଟିଂ କରିବା ହେଉଛି ଡାକ୍ତରଙ୍କ ଗୁରୁଦାୟିତ୍ୱ ।