ଭୁବନେଶ୍ୱର : ରାଜ୍ୟରେ ସାଙ୍ଘାତିକ ସ୍ଥିତିରେ କର୍କଟ ରୋଗୀ ଚିହ୍ନଟ । ବର୍ଷକୁ ଚିହ୍ନଟ ହେଉଛନ୍ତି ୬୦ ହଜାର ନୂଆ ରୋଗୀ । ଏହା ସହିତ ଚି଼ହ୍ନଟର ପ୍ରଥମ ବର୍ଷରେ ୬୦ ପ୍ରତିଶତ ଅର୍ଥାତ ପ୍ରାୟ ୩୫ ହଜାର ରୋଗୀ ମୃତ୍ୟୁ ବରଣ କରୁଛନ୍ତି। କର୍କଟ ଭଳି ରୋଗକୁ କିଭଳି ଭାବରେ ଜଲଦି ଚି଼ହ୍ନଟ କରାଯିବ ସେନେଇ ଗାଁ ଗାଁ ବୁଲି ସଚେତନତା କରିବେ ଏସଏଚଜି ଗ୍ରୁପ । କର୍କଟ ରୋଗର ହଟ ସ୍ପଟ ପାଲଟିଛି ପଶ୍ଚିମ ଓଡିଶା । ତେବେ ରାଜ୍ୟରେ ସର୍ବାଧିକ ମୁଖ ଗହ୍ୱର କର୍କଟ ଅଧିକ ଚିହ୍ନଟ ହେଉି । ପ୍ରତି ଏକ ଲକ୍ଷରେ ୯୭ ଜଣଙ୍କୁ ହେଉଛି କର୍କଟ । ଏହା ପାଖାପାଖି ଜାତୀୟ ସ୍ତର ସହିତ ସମାନ। କିନ୍ତୁ ପାଶ୍ଚାତ ଦେଶ ମାନଙ୍କରେ ଯେଉଁଠାରେ ବିଜ୍ଞାନ ର ବ୍ୟବହାର ଅଧିକ ସେଠାରେ ଏକ ଲକ୍ଷ ଜନସଂଖ୍ୟାରେ ୧୬୦ ରୁ ୨୦୦ ଜଣ ନୂଆ କର୍କଟ ଚିହ୍ନଟ ହେଉଛନ୍ତି। ଏହା ତୁଳନାରେ ଓଡ଼ିଶାରେ କମ କର୍କଟ ରୋଗୀ ରହିଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ବର୍ଷକୁ ପାଖାପାଖି ୬୦ ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। କର୍କଟ ଚିହ୍ନଟ ପାଇଁ ତଳ ସ୍ତରରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ମୁଖ ଗହ୍ୱର କର୍କଟ ଅଧିକ ରହୁଛି । ଯେତେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଆଯିବ ସେତେ ଶୀଘ୍ର କର୍କଟ ରୋଗ ଉପରେ ଚିକିତ୍ସା କରାଯାଇପାରିବ ବୋଲି ସେ କହିଛନ୍ତି ।
ମହିଳାଙ୍କ ଜରାୟୁ ଗ୍ରିଭା କର୍କଟ ୩୦ ରୁ ୬୦ ବର୍ଷ ମଧ୍ୟରେ ହୋଇଥାଏ। ଯେତେ ବୟସ ବଢିବ ସେହି ତୁଳନାରେ ଅନ୍ୟ ସବୁ କ୍ୟାନ୍ସର ଦେଖାଯିବ। ଲୋକଟିର ଯେତେ ବୟସ ବୃଦ୍ଧି ଘଟିବ ସେହି ତୁଳନାରେ କ୍ୟାନ୍ସର ପ୍ରଭାବ ବେଶୀ ବଢିବ । ପୁରୁଷ ଆକ୍ରାନ୍ତ ହେବାର ଅଧିକ ସମ୍ଭାବନା ରହିଥାଏ । ଏସଏଚଜି ଗ୍ରୁପର ମହିଳାମାନଙ୍କୁ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏସଏଚଜି ଗ୍ରୁପର ମହିଳାଙ୍କୁ ଏନେଇ ଟ୍ରେନିଂ ଦିଆଯିବ। ରାଜ୍ୟରେ ଡ଼ାଇଗନୋସିସ ହେବାର ପ୍ରଥମ ବର୍ଷରେ ୬୦ ପ୍ରତିଶତ ଅର୍ଥାତ ୩୫ ହଜାର କ୍ୟାନ୍ସର ରୋଗୀ ମୃତ୍ୟୁ ବରଣ କରୁଛନ୍ତି। ଏହି ୬୦ ପ୍ରତିଶତ ମୃତ୍ୟୁକୁ କମାଇବା ପାଇଁ ସରକାର ଚାହୁଁଛନ୍ତି। ସୁସ୍ଥ ଜୀବନ ଶୈଳୀ ସହ ସଚେତନତା ହିଁ କ୍ୟାନ୍ସର ରୋଗର ପ୍ରତିହତ କରିପାରିବ ।

