୧୦ ଜିଲ୍ଲାର ସହରାଞ୍ଚଳରେ ସପ୍ତାହକୁ ୨ ଦିନ ବନ୍ଦ ରହିବ ଟିକାକରଣ

Cancellation Of Covid19 Vaccination During Weekend Shutdown

ଭୁବନେଶ୍ୱର: ଶନିବାର, ରବିବାର ବନ୍ଦ ରହିବ ଟିକାକରଣ । ୧୦ଟି ଜିଲ୍ଲାର ପୌରାଞ୍ଚଳରେ ଥିବା ସମସ୍ତ ଟିକାକରଣ କେନ୍ଦ୍ରରେ ଶନିବାର ଓ ରବିବାର କୋଭିଡ୍ ଟିକାକରଣ ହେବ ନାହିଁ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ ପ୍ରଦୀପ୍ତ କୁମାର ମହାପାତ୍ର ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଥିବା ୧୦ ଜିଲ୍ଲାରେ ୨ ଦିନ କୋଭିଡ୍ ଟିକା ଦିଆଯିବ ନାହିଁ । ଏନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଏସବୁ ଜିଲ୍ଲାର ପୌରାଞ୍ଚଳରେ ୧୭ ତାରିଖରୁ ପ୍ରତି ଶନିବାର ଓ ରବିବାର ସାପ୍ତାହିକ୍ ସଟଡାଉନ୍ ଲାଗୁ ହେବ ।

ଫଳରେ ଜିଲ୍ଲାର ପୌରାଞ୍ଚଳରେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କୋଭିଡ୍ ଟିକାକରଣ ବନ୍ଦ ରହିବ । ପୌରାଞ୍ଚଳକୁ ବାଦ୍ ଦେଲେ ଜିଲ୍ଲାର ଅନ୍ୟ ସ୍ଥାନରେ ଥିବା ଟିକାକରଣ କେନ୍ଦ୍ରରେ କୋଭିଡ୍ ଟିକାକରଣ କରୋନା ଗାଇଡଲାଇନକୁ ଅନୁସରଣ କରି ଜାରି ରହିବ ବୋଲି କୁହାଯାଇଛି ।

Leave a Reply