କରୋନା ମୁକାବିଲାରେ ଭାରତର ସହଯୋଗ ଲୋଡିଲା କାନାଡ଼ା
1 min readନୂଆଦିଲ୍ଲୀ: କରୋନା ମୁକାବିଲା କରିବା ପାଇଁ ଭାରତର ସହଯୋଗ ମାଗିଛି କାନାଡ଼ା। କାନାଡା ସହଯୋଗ ଲୋଡିଲା ପରେ ସବୁ ପ୍ରକାର ସହାୟତା ପ୍ରଦାନ କରିବାକୁ ଭାରତ ପ୍ରସ୍ତୁତ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏ ସମ୍ପର୍କରେ ମୋଦି ଟୁଇଟ କରି ସୂଚନା ଦେଇଛନ୍ତି । କରୋନା ଟିକା ପାଇଁ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଭାରତ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
Was happy to receive a call from my friend @JustinTrudeau. Assured him that India would do its best to facilitate supplies of COVID vaccines sought by Canada. We also agreed to continue collaborating on other important issues like Climate Change and the global economic recovery.
— Narendra Modi (@narendramodi) February 10, 2021
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିବୃତ୍ତି ଅନୁଯାୟୀ, ମୋଦୀ ଜଷ୍ଟିନ ଟ୍ରୁଡୋଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଭାରତ ପକ୍ଷରୁ କାନାଡାକୁ ସମସ୍ତ ପ୍ରକାର ସମର୍ଥନ କରାଯିବ । ଯେପରି ଅନ୍ୟ ଦେଶମାନଙ୍କୁ କରାଯାଇଛି ।
ତେବେ ଭାରତ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଭରସା ଦେଇଛନ୍ତି ମୋଦି। ଏହାସହ ଦୁଇ ଦେଶର ନେତାଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଓ ବିଶ୍ୱର ଅର୍ଥବ୍ୟବସ୍ଥାରେ ସୁଧାର ନେଇ ଆଲୋଚନା ହୋଇଛି।