ବୈଦେଶିକ ମନ୍ତ୍ରୀଙ୍କ ସହ ପ୍ରେମ ପାଇଁ ଭାଙ୍ଗିଲା ଟ୍ରୁଡୋଙ୍କ ପରିବାର

ଅଟାୱା: ପ୍ରେମରେ ପଡିଛନ୍ତି କାନାଡା ପ୍ରଧାନମନ୍ତ୍ରୀ । ଯେଉଁଥିପାଇଁ ୧୮ ବର୍ଷର ବୈବାହିକ ସମ୍ପର୍କରେ ପଡିଛି ପୂର୍ଣ୍ଣଚ୍ଛେଦ । ପିଏମ ପତିଙ୍କ ନାଁରେ ପତ୍ନୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ବୈଦେଶିକ ମନ୍ତ୍ରୀଙ୍କ ପାଇଁ କାଳେ ଭାଙ୍ଗିଯାଇଛି ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ସଂସାର । ସେପଟେ ପିଏମଙ୍କ ସହ ବୈଦେଶିକ ମନ୍ତ୍ରୀଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଯେଭଳି ଭାଇରାଲ ହେଉଛି ଏ ଅଭିଯୋଗ ସତ ହୋଇଥିବା ଚର୍ଚ୍ଚା ହେଉଛି ।

ଗତବର୍ଷ କାନାଡ଼ା ପିଏମ ଜଷ୍ଟିନ ଟ୍ରୁଡୋଙ୍କ ବିବାହ ବିଚ୍ଛେଦ ହୋଇଛି । ପତ୍ନୀ ଟିଭି ଆଙ୍କର ତଥା ଦୀର୍ଘଦିନର ପ୍ରେମିକା ସୋଫି ଗ୍ରେଗୋଇରେଙ୍କ ସହ ସମ୍ପର୍କ ତୁଟାଇ ଦେଇଛନ୍ତି ଟ୍ରୁଡୋ । ଦୁହିଁଙ୍କର ତିନୋଟି ସନ୍ତାନ ମଧ୍ୟ ଅଛନ୍ତି । ତଥାପି ଏସବୁକୁ ଭୁଲି ଅନ୍ୟ ଜଣେ ମହିଳାଙ୍କ ପ୍ରେମରେ ପଡିଛନ୍ତି କାନାଡା ପିଏମ । ଏହି ମହିଳା ହିଁ ତାଙ୍କ ଛାଡପତ୍ରର କାରଣ ବୋଲି କାନାଡା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଗତ ଦୁଇ ବର୍ଷ ଧରି ଦେଶର ସୁନ୍ଦର ଓ ଯୁବ ବୈଦେଶିକ ମନ୍ତ୍ରୀ ମେଲାନି ଜୋଲିଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଟ୍ରୁଡୋ । ସର୍ବସାଧାରଣ ସ୍ଥାନରେ ଉଭୟଙ୍କ ଫଟୋ ଭାଇରାଲ ହେବା ପରେ ଦୁହିଁଙ୍କ ମଧ୍ୟରେ କିଛି ଚାଲିଥିବା ନେଇ ଚର୍ଚ୍ଚା ହେଉଛି ।

ସର୍ବସାଧାରଣ ସ୍ଥାନରେ ଟ୍ରୁଡୋ ଓ ମେଲାନି ଜୋଲି ଯେତେବେଳେ ଭେଟିଥାନ୍ତି ସେମାନଙ୍କ ବଡି ଲାଙ୍ଗୁଏଜ କିଛି ଅଲଗା କହୁଥାଏ । ପରସ୍ପରକୁ ଔପଚାରିକ ଢଙ୍ଗରେ ସେମାନେ ସ୍ପର୍ଶ କରନ୍ତିନି ବରଂ ସେଥିରେ ଅଧିକ ଘନିଷ୍ଠତା ଦେଖାଯାଇଥାଏ । ଦୁହିଁଙ୍କ ଆଖିର ଭାଷା ଏହି କାହାଣୀକୁ ଆଗକୁ ନେଇଥାଏ ।
୪୫ ବର୍ଷୀୟ ମେଲାନି ଜୋଲି ଲଣ୍ଡନ ବିଶ୍ବବିଦ୍ୟାଳୟରୁ ଅନ୍ତରାଷ୍ଟ୍ରୀୟ ଆଇନରେ ମାଷ୍ଟରଡିଗ୍ରୀ କରିଛନ୍ତି । ୨୦୧୫ରେ ପ୍ରଥମ ଥର ସାଂସଦ ରୂପେ ନିର୍ବାଚିତ ହୋଇଥିଲେ ମେଲୋନି । ନିଜ ବିବାହକୁ ନେଇ ବି ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି ମେଲୋନି । ବିଶ୍ବବିଦ୍ୟାଳୟରୁ ଏକାଠି ପାଠ ପଢିବା ସମୟରେ ଜିନ ଫିଲିପଙ୍କ ପ୍ରେମରେ ପଡିଥିଲେ ମେଲୋନି । ପୁରୁଷ ବନ୍ଧୁଙ୍କ ପ୍ରେରଣା ଯୋଗୁଁ ରାଜନୀତିରେ ପାଦ ଦେଇଥିଲେ ମେଲୋନି ।
ଏକଦା ପାୱାରକପଲ ଭାବେ ଜଣାଶୁଣା ଏହି ଦମ୍ପତିଙ୍କ ସମ୍ପର୍କ ବି ବେଶୀ ଦିନ ତିଷ୍ଠି ପାରିନଥିଲା । ନିର୍ବାଚନ ଜିତି ସାଂସଦ ହେବା କ୍ଷଣି ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ତେବେ ଦୁହିଁଙ୍କ ବିବାହ ବିଚ୍ଛେଦର ପ୍ରକୃତ କାରଣ ଜଣାପଡିନାହିଁ । ଏହାପରେ ମେଲୋନି ଅଭିନେତା ଫେଲିକ୍ସ ମାର୍ଜେଲଙ୍କ ସହ ଦ୍ବିତୀୟ ବିବାହ କରିଥିଲେ । ଗତ ୮ ବର୍ଷ ମଧ୍ୟରେ ଲିବେରାଲ ପାର୍ଟିରେ ମେଲୋନିଙ୍କ ବିପୁଳ ସଫଳତା ପଛରେ ଟ୍ରୁଡୋଙ୍କ ହାତ ଥିବା ନେଇ ଚର୍ଚ୍ଚା ହୋଇଥିଲା ।