ଟରୋଣ୍ଟୋ: କାନାଡାରେ ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଛି। ଟରୋଣ୍ଟୋ ସହରର ଏକ ମେଟ୍ରୋ ଷ୍ଟେସନ ପ୍ରବେଶ ଦ୍ୱାରରେ ଗୁଳିବିନିୟମରେ ଜଣେ ୨୧ ବର୍ଷୀୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ର ଜଣଙ୍କ ଦେହରରେ ଏକାଧିକ ଗୁଳି ବାଜିଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ହେଉଛନ୍ତି ଗାଜିଆବାଦର ୨୧ ବର୍ଷୀୟ କାର୍ତ୍ତିକ ବାସୁଦେବ।
ସୂଚନା ମୁତାବକ କାର୍ତ୍ତିକ କାମ କରିବାକୁ ଯାଉଥିବାବେଳେ ଏହି ଘଟଣା ଘଟିଛି । ଟରୋଣ୍ଟୋ ପୋଲିସ ମୁତାବକ ଘଟଣାସ୍ଥଳରେ ପ୍ରଥମେ ଚିକିତ୍ସା କରିବା ପରେ ବାସୁଦେବଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଟରୋଣ୍ଟୋ ପୋଲିସ ଏହି ଘଟଣାର ତଦନ୍ତ କରୁଛି।
ଟର୍ଣ୍ଣାଟୋରେ ଥିବା ଭାରତୀ ଦୂତବାସ ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣା ସେମାନଙ୍କୁ ମର୍ମାହତ କରିଛି। କାର୍ତ୍ତିଙ୍କ ମୃତ୍ୟୁକୁ ଭାରତୀୟ ଦୂତବାସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଏହି ଘଟଣାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏନେଇ ସେ ଟ୍ୱିଟ୍ କରିଛନ୍ତି।
Grieved by this tragic incident. Deepest condolences to the family. https://t.co/guG7xMwEMt
— Dr. S. Jaishankar (@DrSJaishankar) April 8, 2022
ଏହି ଘଟଣାରେ ଟର୍ଣ୍ଣାଟୋ ପୁଲିସ ତଦନ୍ତ ଆରମ୍ଭ କରି ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କୁ ପୁଲିସ ପଚରାଉଚରା କରୁଛି। ଏଥିସହ ପୁଲିସ ସେଠାରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି। ତେବେ କେଉଁ କାରଣ ପାଇଁ ହତ୍ୟାକାଣ୍ଡ ଘଟିଲା ତାହା ଜଣାପଡ଼ି ନାହିଁ।

