ନ୍ୟୁଜିଲାଣ୍ଡକୁ ହରାଇ ପାରିବ କି ଆଫଗାନିସ୍ତାନ?

1 min read

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ସେମିଫାଇନାଲ ଖେଳିବା ଭାରତ ପାଇଁ କଷ୍ଟକର ହୋଇ ପଡ଼ିଛି । ଭାରତ ଚଳିତ ବିଶ୍ବକପ ସେମିଫାଇନାଲ ଖେଳିବାକୁ ହେଲେ କିଛି ଚମତ୍କାରିତ ଆବଶ୍ୟକ । କାହିଁକି ନା ଭାରତ ଚଳିତ ଟି-୨୦ ବିଶ୍ବକପର ପ୍ରଥମ ଦୁଇଟି ମ୍ୟାଚରେ ଶୋଚନୀୟ ପରାଜୟ ବରଣ କରିଥିଲା । ଯାହା ଫଳରେ ସେମିଫାଇନାଲ ଯିବା ଆଶା ଭାରତ ପାଇଁ କ୍ଷୀଣ ହୋଇଯାଇଥିଲା । କିନ୍ତୁ ପ୍ରଥମ ଦୁଇଟି ମ୍ୟାଚରେ ଶୋଚନୀୟ ପରାଜୟ ପରେ ଲଗାତର ଦୁଇଟି ମ୍ୟାଚରେ ବିଜୟଲାଭ କରି ପୁଣି ଥରେ କମବ୍ୟାକ କରିଛି ଟିମ୍ ଇଣ୍ଡିଆ । ଆଫଗାନିସ୍ତାନ ଓ ସ୍କଟଲାଣ୍ଡକୁ ପରାସ୍ତ କରି ପୁଣି ଥରେ ସେମିକୁ ଯିବ ପାଇଁ ଆଶା କରିଛି ବିରାଟ ବ୍ରିଗେଡ । କିନ୍ତୁ ଭାରତ ସେମିଫାଇନାଲ ଖେଳିବା ପାଇଁ ଆଫଗାନିସ୍ତାନ ଉପରେ ନିର୍ଭର କରିବ । କାହିଁକି ନା ଆସନ୍ତାକାଲି ହେବାକୁ ଥିବା ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚରେ ଆଫଗାନିସ୍ତାନ ଯଦି ବିଜୟ ଲାଭ କରେ ତାହାଲେ ଭାରତ ସେମିଫାଇନାଲକୁ ଯାଇପାରିବ ।

ଯଦି ଆଫଗାନିସ୍ତାନ କଥା କହିବା ତାହାଲେ ଆଫଗାନିସ୍ତାନ ବିଗତ କିଛି ବର୍ଷ ମଧ୍ୟରେ ଦମଦାର କ୍ରିକେଟ ଖେଳୁଛି ।  ଖାସ୍ କରି ଟି-୨୦ରେ ଆଫଗାନିସ୍ତାନ ଦଳ ଭଲ ପ୍ରଦର୍ଶନ କରୁଛି । ଯଦି ଅନୁଭବ କଥା କହିବା ତାହାଲେ ନ୍ୟୁଜିଲାଣ୍ଡ ପାଖରେ ଆଫଗାନିସ୍ତାନଠାରୁ ଅଧିକ ଅନୁଭବ ରହିଛି । କିନ୍ତୁ ଟି-୨୦ରେ କେଉଁ ମ୍ୟାଚ କିଏ ଜିତିବ ତାହା କହି ହେବ ନାହିଁ । ଆଫଗାନିସ୍ତାନର ବଳ ହେଉଛି ତାଙ୍କ ବୋଲର ।  ରସିଦ ଖାନ, ମୁଜିବ ଉର ରେହମାନ ଓ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଡ଼ ବଡ଼ ବ୍ୟାଟ୍ସମ୍ୟାନ ଆଣ୍ଠେଇ ଦେଇଛନ୍ତି । ତେବେ ଆହତ କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ମୁଜିବ ଖେଳିବେ କି ନାହିଁ ତାହା ଏବେ ଦ୍ବନ୍ଦରେ । ତେବେ ମୁଜିବଙ୍କ ଆହାତ କାରଣରୁ ରବିଚନ୍ଦ୍ରନ ଅଶ୍ବିନ ମଜ୍ଜାକରେ କହିଥିଲେ କି ମୁଜିବ ଠିକ୍ ହେବା ପାଇଁ ଆମେ ଆମ ଫିଜିଓଙ୍କ ପଠାଇ ପାରିବୁ ।

ତେବେ ଆଫଗାନିସ୍ତାନ ବ୍ୟାଟିଂ କଥା ଯଦି କହିବା ତାହାଲେ ଆଫଗାନିସ୍ତାନ ଦଳର ବ୍ୟାଟିଂ ତାଙ୍କ ଓପନିଂ ବ୍ୟାଟ୍ସମ୍ୟାନଙ୍କ ଉପରେ ବେଶ୍ ନିର୍ଭର କରେ । କାହିଁକି ନା ମହମ୍ମଦ ଶେହଜାଦ ଧୁଆଁଧାର ବ୍ୟାଟିଂ କରନ୍ତି । କିନ୍ତୁ ଚଳିତ ବିଶ୍ବକପରେ ନିଜର ଜଲଓ୍ବା ଦେଖାଇ ପାରିନାହନ୍ତି ଶେହଜାଦ । ତେବେ ଯଦି ଶେହଜାଦ ଓ ଆଫଗାନିସ୍ତାନର ବ୍ୟାଟିଂ ଆସନ୍ତା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଦମଦାର ପ୍ରଦର୍ଶନ କରେ ତାହାଲେ ଏହି ମ୍ୟାଚକୁ ଆଫଗାନିସ୍ତାନ ନିଶ୍ଚୟ ଭାବରେ ବିଜୟ ଲାଭ କରିବ । ଯଦି ଆସନ୍ତା ମ୍ୟାଚ ଆଫଗାନିସ୍ତାନ ବିଜୟ ଲାଭ କରେ ତାହାଲେ ଭାରତ ସେମିଫାଇନାଲ ଯାଇପାରିବ । କିନ୍ତୁ ଯଦି ଆଫଗାନିସ୍ତାନ ଏହି ମ୍ୟାଚକୁ ପରାଜୟ ବରଣ କରେ ତାହାଲେ ନ୍ୟୁଜିଲାଣ୍ଡ ୮ ପଏଣ୍ଟ ସହ ସେମିଫାଇନାଲକୁ ପ୍ରବେଶ କରିବ ଏବଂ ଭାରତ ସେମିଫାଇନାଲ ରେସରୁ ବାହାରି ଯିବ । ତେଣୁ ଭାରତ ସେମି ରେସରେ ରହିବାକୁ ହେଲେ ଆସନ୍ତାକାଲି ଆଫଗାନିସ୍ତାନ ମ୍ୟାଚ ବିଜୟଲାଭ କରିବା ନିହାତି ଦରକାର ।

 

Leave a Reply