କ୍ୟାମେରା ଚିପ୍ ପାଇଁ କ୍ୟାମେରାମ୍ୟାନଙ୍କୁ ମାରିଦେଲେ !

Cameraman Manas Swain Murder Mystery

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ନୂଆ ମୋଡ଼ । ଭୁବନେଶ୍ବର ଉପକଣ୍ଠ ପୁହା କଣ୍ଟିଲୋଠାରେ ଥିବା ଦୟାଲ ବୃଦ୍ଧାଶ୍ରମରେ ମାନସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଚାନ୍ଦବାଲିରୁ ଅପହରଣ କରି ମାନସଙ୍କୁ ଏହି ଆଶ୍ରମର ଉପରେ ଘରେ ରଖାଯାଇଥିଲା । ଚର୍ଚ୍ଚା ହେଉଛି, ଅଶ୍ଲୀଳ ଭିଡିଓ ପାଇଁ ଅପହରଣ ଓ ପରେ ମାନସଙ୍କୁ ହତ୍ୟା କରାଯାଇଛି । ଆଶ୍ରମର ତଳ ମହଲାରେ ନିରାଶ୍ରୟ ବୁଢ଼ାବୁଢ଼ି ରହୁଥିଲେ । ଉପର ମହଲାରେ ସମ୍ପୃକ୍ତ ୱେବ ଚ୍ୟାନେଲର ଅଫିସ୍ ଚାଲୁଥିଲା ।

 Cameraman Manas Swain Murder Mystery

ଉକ୍ତ ୱେବ୍ ଚ୍ୟାନେଲର ଅଫିସରେ ଅଶ୍ଲୀଳ ଭିଡିଓ ସୁଟିଂ କରାଯାଉଥିବା ସନ୍ଦେହ କରାଯାଉଛି । ପୋଲିସ ୱେବ୍ ଚ୍ୟାନେଲ ଅଫିସରେ ଖୋଳତାଡ଼ ଆରମ୍ଭ କରିଛି । ମାନସଙ୍କୁ ହତ୍ୟା ପର ଠାରୁ ୱେବ ଚ୍ୟାନେଲର ମାଲିକାଣି ଶର୍ମିଷ୍ଠା ରାଉତ ଫେରାର୍ ହୋଇ ଯାଇଥିବା ବେଳେ ଫୋନ୍ ସୁଇଚ୍ ଅଫ୍ ରହିଛି । କୁହାଯାଉଛି ଉକ୍ତ ଅଫିସରେ ଅଶ୍ଲୀଳ ଭିଡିଓ ସୁଟିଂ କରାଯାଉଥିଲା । ବିବାଦ ପରେ ମାନସ ୱେବ୍ ଚ୍ୟାନେଲରେ କାମ କରିବା ଛାଡ଼ି ଦେଇଥିଲେ । ଆଉ ଅଶ୍ଲୀଳ ଭିଡିଓ ସୁଟର ଚିପ୍ ମାନସଙ୍କ ପାଖରେ ରହିଥିଲା । ଯେଉଁଥିପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

 Cameraman Manas Swain Murder Mystery

ଚାନ୍ଦବାଲିରେ ବାହାଘର ସୁଟିଂ ସାରି ଫେବ୍ରୁଆରୀ ୭ ତାରିଖରେ ବସଷ୍ଟାଣ୍ଡକୁ ଫେରିବା ବେଳେ ମାନସଙ୍କୁ ଅପହରଣ କରିଥିଲେ ୫ ଜଣ ଅଭିଯୁକ୍ତ । ଅପହରଣ ପରେ ମାନସଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ୮ ତାରିଖ ସନ୍ଧ୍ୟା ମାନସଙ୍କ ମୃତଦେହ ନୟାଗଡ଼ରେ ପୋତି ଦେଇଥିଲେ ଅଭିଯୁକ୍ତ । ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ୱେବ ଓ ଜଣେ ନ୍ୟୁଜ୍ ଚ୍ୟାନେଲର ସାମ୍ବାଦିକଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି ।