ଗାଈକୁ ବାହା ହେଲେ ମହିଳା, କହିଲେ ମୋ ସ୍ୱାମୀଙ୍କ ପୁର୍ନଜନ୍ମ ହୋଇଛି

1 min read

କମ୍ବୋଡିଆ: ଚର୍ଚ୍ଚାରେ ମଣିଷ-ଗାଈ ବାହାଘର । କମ୍ବୋଡିଆରେ ହୋଇଥିବା ୭୪ ବର୍ଷୀୟା ମହିଳାଙ୍କ ବାହାଘର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାହିଁକି ନା କମ୍ବୋଡିଆର ଉତ୍ତର ପୂର୍ବ ଅଞ୍ଚଳରେ ରହୁଥିବା ଖିମ୍ ହଙ୍ଗ ଗାଈକୁ ବିବାହ କରିଛନ୍ତି । ଯାହା ଫଳରେ ତାଙ୍କର ଏହି ବାହାଘର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ବିବାହକୁ ନେଇ ଖିମ୍ ହଙ୍ଗ କହିଛନ୍ତି କି ମୁଁ ଏଥିପାଇଁ ବିବାହ କଲି କାହିଁକି ନା ଗାଈ ମୋତେ ଚୁମ୍ବନ ଦେଉଥିଲା । ସବୁବେଳେ ଗାଈ ମୋ ସହ ରହୁଥିଲା । ଏହା ବ୍ୟତୀତ ମୋ ପାଖକୁ ପହଞ୍ଚିବା ପାଇଁ ଘରର ସିଢ଼ି ମଧ୍ୟ ଚଢ଼ି ଆସୁଥିଲା । ଗାଈର ଏପରି ଆଚରଣ ତାଙ୍କୁ ତାଙ୍କ ଦିବଂଗତ ପତିଙ୍କ କଥା ମନେ ପକାଇ ଦେଇଥିବା କହିଥିଲେ ଖିମ୍ । ସେ ଆହୁରି କହିଥିଲେ ଯେ ଗାଈ ରୂପରେ ମୋ ସ୍ବାମୀଙ୍କର ପୁର୍ନଜନ୍ମ ହୋଇଛି ।

ଅନ୍ୟପକ୍ଷରେ ଏହି ବାହାଘରର କୌଣସି ଭିଡିଓ କିମ୍ବା ଫଟୋ ନାହିଁ । କିନ୍ତୁ ଗ୍ରାମବାସୀ କହିଛନ୍ତି କି ସେମାନେ ଏହି ବାହାଘରକୁ ଦେଖିଛନ୍ତି । ଗ୍ରାମବାସୀ କହିଛନ୍ତି କି ମହିଳାଜଣଙ୍କ ବିଶ୍ବାସ କରୁଛନ୍ତି କି ସେହି ଗାଈ ଦେହରେ ତାଙ୍କ ସ୍ବାମୀଙ୍କ ଆତ୍ମା ରହିଛି । ଯେଉଁଥିପାଇଁ ମହିଳାଜଣଙ୍କ ଗାଈକୁ ଭଲ ପାଉଛନ୍ତି । ଅନ୍ୟପକ୍ଷରେ ଖିମ୍ ସେହି ଗାଈର ଭଲ ଭାବରେ ଯତ୍ନ ନେଉଛନ୍ତି । ଗାଈ ପାଇଁ ଏକ ଭଲ ଶଯ୍ୟା ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏଥିସହ ତାଙ୍କ ସ୍ବାମୀ ବ୍ୟବହାର କରୁଥିବା ତକିଆକୁ ବି ଗାଈକୁ ଦେଇଛନ୍ତି ଖିମ୍ । ଅନ୍ୟପଟେ ସେ ତାଙ୍କ ପିଲାମାନଙ୍କୁ ଏହି ଗାଈକୁ ତାଙ୍କ ପିତା ବୋଲି ମାନିବାକୁ କହିଛନ୍ତି । ଖିମ୍ ହଙ୍ଗ ନ୍ୟୁଜ ଏଜେନ୍ସି ରାଏଟର୍ସକୁ କହିଛନ୍ତି କି ମୁଁ ଭାବୁଛି କି ଏହି ଗାଈ ମଧ୍ୟରେ ମୋ ପତିଙ୍କ ଆତ୍ମା ରହିଛି । କାହିଁକି ନା ଗାଈ ଏବେ ଯାହା ସବୁ କରୁଛି ତାହା ମଧ୍ୟ ମୋ ସ୍ବାମୀ କରନ୍ତି ।

ଖିମ୍ ହଙ୍ଗଙ୍କ ଏହି ବୟାନକୁ ତାଙ୍କ ଝିଅ ମଧ୍ୟ ବିଶ୍ବାସ କରିଛନ୍ତି । ଯେଉଁଥିପାଇଁ ସେହି ଗାଈକୁ ହୃଦୟର ସହ ସେବା କରୁଛନ୍ତି ବୋଲି କହିଛନ୍ତି ଖିମ୍ ହଙ୍ଗଙ୍କ ଝିଅ । ୭୪ ବର୍ଷୀୟା ଖିମ୍ ହଙ୍ଗ ତାଙ୍କ ପିଲାମାନଙ୍କୁ କହିଛନ୍ତି କି ଯଦି ମୋର ମୃତ୍ୟୁ ହୋଇଯାଏ ତେବେ ସେମାନେ ଏହି ଗାଈର ଭଲ ଭାବରେ ଯତ୍ନ ନେବେ ଏବଂ ସେହି ଗାଈକୁ କେବେ ବିକିବେ ନାହିଁ । ଯଦି ଗାଈର ମୃତ୍ୟୁ ହୋଇଯାଏ ତେବେ ତାକୁ ମଣିଷମାନଙ୍କର ଯେପରି ଅନ୍ତିମ ସଂସ୍କାର ହୁଏ ସେହିପରି ଗାଈର ଅନ୍ତିମ ସଂସ୍କାର କରିବାକୁ ତାଙ୍କ ପିଲାମାନଙ୍କୁ କହିଛନ୍ତି ଖିମ୍ ହଙ୍ଗ ।

Leave a Reply