ପଶ୍ଚିମବଙ୍ଗରେ କୌଣସି ପର୍ବ, ଉତ୍ସବରେ ଫୁଟିବନି ବାଣ, ହାଇକୋର୍ଟଙ୍କ ଆଦେଶ

Calcutta High Court Bans Firecrackers In West Bengal During Diwali & Other Festivals

କୋଲକତା: କୋଲକତା ହାଇକୋର୍ଟ ଆଗାମୀ ପର୍ବପର୍ବାଣିକୁ ଦୃଷ୍ଟିରେ ରଖି କଠୋର ନିଷ୍ପତ୍ତି ନେଇଛନ୍ତି । କୋର୍ଟ ବାଣ ବିକ୍ରି ସହ ବାଣ ଫୁଟାଇବା ଉପରେ ମଧ୍ୟ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି । କେବଳ ଦୀପାବଳି ନୁହେଁ କାଳୀ ପୂଜା, ଛଟ୍ ପୂଜା ଓ ଖ୍ରୀଷ୍ଟମାସ ଆଦିରେ ବାଣ ଫୁଟାଇବା ବ୍ୟାନ୍ କରାଯାଇଛି ।

Calcutta High Court Bans Firecrackers In West Bengal During Diwali & Other Festivals

ଏହା ପୂର୍ବରୁ ପଶ୍ଚିମବଙ୍ଗ ସରକାର ଦୀପାବଳିରେ ୮ରୁ ୧୦ଟା, ଛଟ୍ ପୂଜାରେ ୬ରୁ ୮ଟା ଏବଂ ନବ ବର୍ଷରେ ୩୫ ମିନିଟ୍ ସମୟ ପାଇଁ ବାଣ ଫୁଟାଇବାକୁ ଅନୁମତି ଦେଇଥିଲା । ମାତ୍ର ଆଜି କଲିକତା ହାଇକୋର୍ଟ ଏସବୁ ପର୍ବପର୍ବାଣିରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଇଛି ।

ସୁପ୍ରିମକୋର୍ଟ ବି କହିଥିଲେ ଏମିତି କଥା

ସବୁଜ ବାଣ ତିଆରି ଓ ବିକ୍ରି ଉପରେ ସୁପ୍ରିମକୋର୍ଟ ଜାରି କରିଥିବା ପୂର୍ବ ନିୟମାବଳୀ ଉଲ୍ଲଂଘନ ହେବାରୁ ବର୍ତ୍ତମାନ ପୁଣି ଦୃଢ଼ ପଦକ୍ଷେପ ନେଇଛନ୍ତି ସୁପ୍ରିମକୋର୍ଟ । ସବୁଜ ବାଣ ନାଁରେ ବଜାରରେ ନକଲି ବାଣ ବିକ୍ରି ହେବା ସହ କ୍ୟୁଆର କୋଡ୍ ମଧ୍ୟ ନକଲି ଆସୁଥିବା ଜଷ୍ଟିସ୍ ଶାହ ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟ ବାଣ ଉତ୍ପାଦନ ଓ ଏହାର ବିକ୍ରି ଉପରେ ଧ୍ୟାନ ଦେବା ସହ ନକଲି ସବୁଜ ବାଣ ମାମଲାର ଯାଞ୍ଚ ପାଇଁ ସିବିଆଇକୁ ଦାୟିତ୍ୱ ଦେଇଛନ୍ତି । ଶୁଣାଣି ସମୟରେ କୋର୍ଟ କହିଥିଲେ ଯେ, ଲୋକଙ୍କ ସୁରକ୍ଷା ଏବଂ ଜନହିତକୁ ଦୃଷ୍ଟିରେ ରଖି ଏହି ଆଦେଶ ଦିଆଯାଇଥିଲା ମାତ୍ର, ଏବେ ବି ବଜାରରେ ବାଣ ମିଳୁଛି । କେବଳ ଏତିକି ନୁହେଁ ଏସବୁ ସମୟରେ ଲୋକେ ରାସ୍ତାଘାଟରେ ବାଣ ଫୁଟାଉଛନ୍ତି । ସାରା ଦେଶରେ ବାଣ ଉପରେ ପ୍ରତିବନ୍ଧକ ଆଦେଶକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ କୋର୍ଟ ଏହି ନିୟମ ଜାରି କରାଯାଇଛି ବୋଲି ସୂଚନା ଦେଇଛନ୍ତି ।

Leave a Reply