ମମତା ବାନାର୍ଜୀ ଲଢ଼ୁଥିବା ଭବାନୀପୁର ଆସନରେ ନିର୍ବାଚନ ସ୍ଥଗିତ ରଖାଯାଇପାରିବନାହିଁ: କୋଲକାତା ହାଇକୋର୍ଟ

1 min read

କୋଲାକାତା: ଭବାନୀପୁର ଉପନିର୍ବାଚନକୁ ସ୍ଥଗିତ ରଖାଯାଇପାରିବ ନାହିଁ । ଏହି ନିର୍ବାଚନ ଗୁରୁବାର ଦିନ ହିଁ ହେବ ବୋଲି ରାୟ ଦେଇଛନ୍ତି କୋଲକାତା ହାଇକୋର୍ଟ । ସାମ୍ବିଧାନିକ ବ୍ୟବସ୍ଥାର ବାଧ୍ୟବାଧକତାକୁ ନେଇ ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି । ୨୦୧୧ ଓ ୨୦୧୬ ନିର୍ବାଚନରେ ଏଠାରୁ ମମତା ବାନାର୍ଜୀ ବିଜୟୀ ହୋଇଥିଲେ । ମାତ୍ର ଗତ ନିର୍ବାଚନରେ ଏହି ଆସନରୁ ଟିଏମସି ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟ ବିଜୟୀ ହୋଇଥିଲେ । ନନ୍ଦିଗ୍ରାମ ଆସନରୁ ମମତା ପରାଜିତ ହେବା ପରେ ସେ ଭବାନୀପୁରରୁ ଲଢିବେ ବୋଲି ନିଷ୍ପତ୍ତି ନେଇଥିଲେ । ଫଳରେ ଦଳୀୟ ବିଧାୟକ ଶୋଭନଦେବ ଇସ୍ତଫା ଦେଇଥିଲେ । ଭବାନୀପୁର ଆସନରେ ମମତାଙ୍କ ବିରୋଧରେ ଲଢୁଛନ୍ତି ବିଜେପିର ପ୍ରିୟଙ୍କା ତିବ୍ରେଓ୍ୱାଲ । ନିର୍ବାଚନର ଫଳାଫଳ ଆସନ୍ତା ୩ ତାରିଖରେ ପ୍ରକାଶ ପାଇବ । ଗତ ନିର୍ବାଚନରେ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ମମତା ପରାସ୍ତ ହୋଇଥିଲେ ।

ଏଥିସହିତ ପଢ଼ନ୍ତୁ: ଫୋନ୍ ଉଠାଉ ନାହାନ୍ତି କହ୍ନେୟା, କଂଗ୍ରେସରେ ସାମିଲ ହେବା ଆଗରୁ CPI ଅଫିସରୁ ଖୋଲିନେଲେ AC

 

Leave a Reply