ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ସିଏଜି

ପୁରୀ: ଶ୍ରୀଜୀଉଙ୍କୁ ଦର୍ଶନ କଲେ ଭାରତର କଣ୍ଟ୍ରୋଲର ଆଣ୍ଡ ଏଡିଟର ଜେନେରାଲ୍ । ଆଜି କଡା ସୁରକ୍ଷା ମଧ୍ୟରେ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ତାଙ୍କୁ ସ୍ବାଗତ କରିଥିଲେ ।

ସିଏଜି ଶ୍ରୀମନ୍ଦିର ରତ୍ନସିଂହାସନ ନିକଟରେ ଶ୍ରୀବିଗ୍ରହଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏହାପରେ ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ତତୁଃପାର୍ଶ୍ବରେ ଚାଲିଥିବା ପ୍ରକଳ୍ପ କାମକୁ ଅନୁଧ୍ୟାନ କରିଥିଲେ ।