‘ଜମି ପ୍ରଦାନରେ କିଛି ଶିଳ୍ପସଂସ୍ଥାକୁ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ଅନୁଗୁଳ ଜିଲ୍ଲାପାଳ’

1 min read
CAG Found Irregularity In Land Allocation To Different Industry In Angul

ଭୁବନେଶ୍ୱର: ରାଜ୍ୟ ଔଷଧ ନିଗମ ଓ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର କାର୍ଯ୍ୟକାରିତା ସାଙ୍ଗକୁ ଏକ ବିଜ୍ଞାପନ ଏଜେନ୍‌ସିକୁ ଭୁବନେଶ୍ବର ମହାନଗର ନିଗମ ଅହେତୁକ ଅନୁକମ୍ପା ଦେଖାଇଛି । ଏନେଇ ସିଏଜି ଆପତ୍ତି ଉଠାଇଛନ୍ତି । ଆଜି ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ ଏହା ଦର୍ଶାଯାଇଛି । କିଛି ଶିଳ୍ପସଂସ୍ଥାକୁ ଜମି ପ୍ରଦାନରେ ମଧ୍ୟ ଅନୁଗୁଳ ଜିଲ୍ଲାପାଳ ଅନୁକମ୍ପା ପ୍ରଦର୍ଶନ କରିଥିବା ଦର୍ଶାଯାଇଛି । ବିଭିନ୍ନ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜକୁ ମାଗଣା ଔଷଧ ଯୋଗାଣ ପାଇଁ ଉଦ୍ଦିଷ୍ଟ ରାଜ୍ୟ ଔଷଧ ନିଗମର କାର୍ଯ୍ୟକାରିତା ଉପରେ ସୃଷ୍ଟି ହୋଇଛି ସନ୍ଦେହ । ବିଭିନ୍ନ ଔଷଧ, ଚିକିତ୍ସା ଉପକରଣ ଓ ଆସବାବପତ୍ର ଚୂଡ଼ାନ୍ତ କରିବାରେ ଅଯଥା ବିଳମ୍ବ ହୋଇଛି ।

CAG Found Irregularity In Land Allocation To Different Industry In Angul

୨୦୧୬ରୁ ୨୦୧୯ ମଧ୍ୟରେ ଦେଖାଦେଇଥିବା ଏହି ତ୍ରୁଟିବିଚ୍ୟୁତି ନେଇ ପ୍ରଶ୍ନ ଉଠାଇଛନ୍ତି ସିଏଜି । ଏହି ସମୟ ମଧ୍ୟରେ ଆବଶ୍ୟକ ପରିମାଣରୁ କମ୍ ଯୋଗାଣ ଯୋଗୁଁ ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକ ସ୍ଥାନୀୟ ବଜାରରୁ ଅଧିକ ଦରରେ ଔଷଧ କିଣିବାକୁ ବାଧ୍ୟ ହୋଇଥିଲେ । ୨୦୧୮-୧୯ ମଧ୍ୟରେ ବଜାରରୁ ୨.୨୪ କୋଟି ଟଙ୍କାର ଔଷଧ କିଣାଯାଇଥିବା ସିଏଜି ଦର୍ଶାଇଛନ୍ତି । ସେହିପରି ଇ-ନିରାମୟ ସଫ୍ଟୱେୟାର ମାଧ୍ୟମରେ ଔଷଧ ବଣ୍ଟନ, ବ୍ୟବହାର ଓ ଔଷଧ ଷ୍ଟକ୍‌ର ସଠିକ୍ ପରିଚାଳନା ହୋଇନଥିବାରୁ ୪.୧୮ କୋଟି ଟଙ୍କାର ଔଷଧର ବୈଧତା ସରିଯାଇଥିଲା । ସେହିପରି ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ରୋଜଗାର ଯୋଜନାରେ ମଧ୍ୟ ଅନିୟମତାର ଗନ୍ଧ ବାରିଛି ସିଏଜି । ତାଲିମ୍ ସମୟରେ ୫୫ ପ୍ରତିଶତ ପ୍ରାର୍ଥୀ ନିଯୁକ୍ତି ପାଇସାରିଥିବାରୁ ନିଯୁକ୍ତି ସଂଖ୍ୟାର ବିଶ୍ବାସନୀୟତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସିଏଜି । ଏପରିକି ୨୩ ପ୍ରତିଶତ ପ୍ରାର୍ଥୀଙ୍କ ବ୍ୟାଙ୍କ ବିବରଣୀ ଓ ବ୍ୟାଙ୍କ ପାସ୍‌ବୁକର ପ୍ରାମାଣିକ ତଥ୍ୟ ମଧ୍ୟ ସନ୍ଦେହଜନକ ଥିବା ସିଏଜି ଦର୍ଶାଇଛନ୍ତି ।

CAG Found Irregularity In Land Allocation To Different Industry In Angul

ଭିଏଫଏସ ଗ୍ଲୋବାଲ ସର୍ଭିସେସ ଲିମିଟେଡର ବକେୟା ଅର୍ଥକୁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ବ୍ୟାଜାପ୍ତ ନକରିବା ଦ୍ବାରା ୨.୬୨ କୋଟି ଟଙ୍କା ଅଯଥା ଖର୍ଚ୍ଚ ଉପରେ ସିଏଜି ପ୍ରଶ୍ନ ଉଠାଇଛନ୍ତି । ଭୁବନେଶ୍ବର ମହାନଗର ନିଗମ ଏକ ବିଜ୍ଞାପନ ସଂସ୍ଥାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ମଧ୍ୟ ସିଏଜି ରିପୋର୍ଟରେ ଦର୍ଶାଯାଇଛି । ଟିମ ଆଡ୍‌ମାର୍କ ନାମକ ଏକ ବିଜ୍ଞାପନ ଏଜେନ୍ସି ଲାଇସେନ୍ସ ଦେୟ ଓ ସୁଧ ପ୍ରଦାନରେ ଅବହେଳା କରିଥିଲେ ବି ବିଏମସି କାହିଁକି ଚୁକ୍ତିନାମା ରଦ୍ଦ କରିନଥିଲେ ସେନେଇ ସିଏଜି ପ୍ରଶ୍ନ ଉଠାଇଛନ୍ତି । ଏହି ବିଜ୍ଞାପନ ଏଜେନ୍ସି ଠାରୁ ୧୩କୋଟି ଟଙ୍କା ଆଦାୟ ନହୋଇ ପଡ଼ିରହିଛି ।

CAG Found Irregularity In Land Allocation To Different Industry In Angul

ସେହିପରି ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାୱାରକୁ ଅନୁଗୁଳ ଜିଲ୍ଲାପାଳ ଅହେତୁକ ଅନୁକମ୍ପା ଦେଖାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । କମ୍ପାନୀକୁ ଜିଲ୍ଲାପାଳ ବଜାର ଦର ଠାରୁ ୭୨.୯୫ ଲକ୍ଷ ଟଙ୍କା ରିହାତି ମୂଲ୍ୟରେ ଜମି ପ୍ରଦାନ କରିଥିଲେ । ଏଥିରେ ୨.୩୦ କୋଟି ଟଙ୍କାର ଅନୁକମ୍ପା ଦେଖାଯାଇଥିବା ସିଏଜି ଦର୍ଶାଇଛନ୍ତି ।

Leave a Reply