ଯାନ୍ତ୍ରିକ ତ୍ରୁଟି ପାଇଁ ଅଧା ବାଟରେ ଅଟକିଲା କେବୁଲ କାର୍, ଫଶି ରହିଛନ୍ତି ପର୍ଯ୍ୟଟକ
1 min readନୂଆଦିଲ୍ଲୀ: ହିମାଚଳପ୍ରଦେଶର ପରବାଣୁରେ ଅଘଟଣ । କେବୁଲରେ ଚାଲୁଥିବା କେବୁଲ କାର୍ ଶୂନ୍ଯରେ ଅଟକିଲା । ପ୍ରାୟ ୧୧ଜଣ ପର୍ଯ୍ଯଟକ ଫସି ରହିଥିବା ସୂଚନା । ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ଯ ଜାରି ରହିଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ଏପରି ହୋଇଥିବା କୁହାଯାଉଛି ।
#WATCH Cable car trolly with tourists stuck mid-air at Parwanoo Timber Trail, rescue operation underway; tourists safe#HimachalPradesh pic.twitter.com/mqcOqgRGjo
— ANI (@ANI) June 20, 2022
ଏହି କେବୁଲ କାର୍ ଟିମ୍ବର ଟ୍ରେଲ ଏକ ଘରୋଇ ରିସର୍ଟର ଅଟେ । ହରିୟାଣା, ପଞ୍ଜାବ ଏବଂ ଚଣ୍ଡିଗଡ଼ ସହ ସମ୍ପୂର୍ଣ୍ଣ ହିମାଚଳ ପ୍ରଦେଶରେ ଏହାର ଲୋକପ୍ରିୟତା ରହିଛି । କେବୁଲ ମାଧ୍ୟମରେ ଆଉ ଏକ ଟ୍ରଲି ଲଗାଯାଇ ଫସିଥିବା ଲୋକମାନଙ୍କ ପାଖରେ ପହଞ୍ଚିଛି ଉଦ୍ଧାରକାରୀ ଦଳ । ଖୁବଶୀଘ୍ର ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ବୋଲି କହିଛନ୍ତି ଜିଲ୍ଲା ଅଧିକାରୀ ।