କମିଟି ଗଠନ କରି କୃଷି ଆଇନ ଉପରେ ତର୍ଜମା ପାଇଁ ପ୍ରସ୍ତାବ ରଖିଲେ ସରକାର…

1 min read

ନୂଆଦିଲ୍ଲୀ: ବଡ ଧରଣର ବିକ୍ଷୋଭ ପରେ କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ଆଲୋଚନା ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ କୃଷକ ସଙ୍ଗଠନ ପକ୍ଷରୁ ପୁଣି ଥରେ ସରକାରଙ୍କ ପାଖରେ ସେଇ ଏକା କଥା ଦୋହରା ଯାଇଛି । ଚାଷୀଙ୍କ କହିବା କଥା ଯେ ସରକାର ଆଣିଥିବା ଆଇନ ଚାଷୀ ସ୍ୱାର୍ଥରେ ନୁହେଁ ଓ ଏହି ଆଇନକୁ ପ୍ରତ୍ୟାହାର କରାଯାଉ ।

ଏଭଳି ପ୍ରତିକ୍ରିୟା ଶୁଣିବା ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର ଚାଷୀ ସଙ୍ଗଠନମାନଙ୍କ ପାଖରେ ଏକ ପ୍ରସ୍ତାବ ରଖିଛନ୍ତି । ସେ କହିଛନ୍ତି ୪-୫ଟି ବଡ଼ ସଙ୍ଗଠନକୁ ଏକାଠି କରି ଏକ କମିଟି ଗଠନ କରାଯାଉ । ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଲୋକେ ମଧ୍ୟ ଏଥିରେ ସାମିଲ ରହିବେ । କିଛି କୃଷି ବିଶେଷଜ୍ଞଙ୍କୁ ମଧ୍ୟ ସାଙ୍ଗରେ ରଖାଯିବ ସମସ୍ତେ ଏକାଠି ବସି ପ୍ରସଙ୍ଗ ଉପରେ ତର୍ଜମା କରିବା ଓ ଯାହା ଆବଶ୍ୟକ ତାହା କରିବ ।

କେନ୍ଦ୍ର ବିଜ୍ଞାନ ଭବନରେ ଏହି ବୈଠକ ଆୟୋଜିତ ହୋଇଥିବା ବେଳେ ଏମଏସପି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିଛି । ପ୍ରୋଜେକ୍ଟର ମାଧ୍ୟମରେ ସରକାର ଆଇନରେ ଥିବା ଏମଏସପି ସମ୍ୱନ୍ଧିତ ତଥ୍ୟ ସମ୍ପର୍କରେ ଆଲୋଚନା କରୁଛନ୍ତି । ଆଇନ କଣ ପାଇଁ ଅଣାଯାଇଛି ଓ ଏଥିରେ ଚାଷୀର କଣ ଲାଭ ହେବ ସେନେଇ ଆଲୋଚନା ହେଉଛି ।

ତେବେ ସରକାର ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିବା ବେଳେ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବା ଜାରି ରଖିଛନ୍ତି । ମମତା ବାନାର୍ଜୀ ନୂଆ କୃଷି ଆଇନକୁ ଅସମ୍ୱିଧାନିକ ବୋଲି କହିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହୋଲତ୍ ସରକାର ଆଲୋଚନାରେ ବିଳମ୍ୱ କରିଥିବା କହିଛନ୍ତି ।

Leave a Reply