ନାଗରିକ ସଂଶୋଧନ ବିଲକୁ ମଞ୍ଜୁରୀ

1 min read

ନୂଆଦିଲ୍ଲୀ: କେନ୍ଦ୍ରୀୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ବୈଠକରେ ୬ ବିଲ୍‌ ପାସ୍‌ ହୋଇଛି । ଏଥିରେ ରହିଛି ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ୍‌, ପର୍ସନାଲ ଡାଟା ପ୍ରୋଟେକ୍ସନ, SC-ST ସଂରକ୍ଷଣ, ଜମ୍ମୁ-କଶ୍ମୀର ସଂରକ୍ଷଣ ବିଲ-୨୦୧୯ ଏବଂ ଅମ୍ୱ୍ରେଲା ବଣ୍ଡ୍ ଏକ୍ସଚେଞ୍ଜ ଟ୍ରେଣ୍ଡ ଫଣ୍ଡ୍ ।

ଆଗାମୀ ଦୁଇ ଦିନରେ ନାଗରିକତ୍ୱ ଆଇନ ୧୯୫୫କୁ ସଂଶୋଧନ କରାଯିବ । କ୍ୟାବିନେଟର ମଞ୍ଜୁରୀ ପରେ ଏବେ ଏହା ସଂସଦରେ ଆଗତ କରାଯିବ । ବିଲ୍‌ ଜରିଆରେ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନର ୬ଟି ଧାର୍ମିକ ସଂଖ୍ୟାଲଘୁ  ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାରସି ଓ ଖ୍ରୀଷ୍ଟିଆନଙ୍କୁ ତୁରନ୍ତ ଭାରତୀୟ ନାଗରିକତ୍ୱ ଦେବାକୁ ଏଥିରେ ସଂଶୋଧନ କରାଯିବ । ୧୨ ପରିବର୍ତ୍ତେ ୬ ବର୍ଷ ଭାରତରେ ରହିଲେ ସେମାନେ ଭାରତର ନାଗରିକତ୍ୱ ପାଇପାରିବେ । ତେବେ ଏହି ବିଲ ସହ ସହମତ ନୁହନ୍ତି ବିରୋଧୀ ।

ଆଧାରରେ ସରକାର ନାଗରିକତ୍ୱ ପ୍ରଦାନ କରିବାକୁ ଯାଉଛନ୍ତି ବୋଲି କଂଗ୍ରେସ ଓ ଅନ୍ୟ ବିରୋଧୀ ଅଭିଯ଼ୋଗ କରିଛନ୍ତି । ଏହି ବିଲ ୧୫ ଜୁଲାଇ ୨୦୧୬ରେ ମଧ୍ୟ ଆଗତ ହୋଇଥିଲା । କିନ୍ତୁ ବିରୋଧ ଯୋଗୁଁ ଏହା ରାଜ୍ୟସଭାରେ କାଟ ଖାଇଥିଲା । ତେବେ ଏହି ବିଲ୍‌ ଅନୁସାରେ ନାଗରିକତ୍ୱ ପାଇବା ପୂର୍ବରୁ ଆବଶ୍ୟକ ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ । ସେହିପରି ଲୋକସଭା ଓ ବିଧାନସଭାରେ SC-ST ସଂରକ୍ଷଣର ମିଆଦକୁ ୧୦ ବର୍ଷ ପାଇଁ ବଢ଼ାଯାଇଛି । ଏହା ଏବେ ୨୫ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ବଢ଼ିଛି ।

Leave a Reply