ସରିଲା ରାଜ୍ୟ କ୍ୟାବିନେଟ ବୈଠକ, ୨୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ୱର: ସରିଲା ରାଜ୍ୟ କ୍ୟାବିନେଟ ବୈଠକ । ୨୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ମହିଳା ଶିଶୁ କଲ୍ୟାଣ, କୃଷି, ମିଶନ ଶକ୍ତି, ସାମାଜିକ ସୁରକ୍ଷା ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏଥିସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ୍ ବୈଠକ । ହସ୍ତଶିଳ୍ପ କ୍ଷେତ୍ରକୁ ସ୍ୱତନ୍ତ୍ର ଭାବେ ପ୍ରାଧାନ୍ୟ ଦିଆଯାଉଛି । ନିଯୁକ୍ତି ସମସ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ ୨୦୨୧ ଘୋଷଣା ହୋଇଛି । ହସ୍ତଶିଳ୍ପ କ୍ଷେତ୍ରରେ ନିଯୁକ୍ତି ହେଲେ ସେହି ବିଭାଗ ଅଧିନରେ ରହି କାର୍ଯ୍ୟ କରିବେ । ପୂର୍ବରୁ ହସ୍ତଶିଳ୍ପ ଏବଂ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସେହି ବିଭାଗ ଅଧିନରେ ଥିଲେ । ସାମାଜିକ ସୁରକ୍ଷା ପାଇଁ ପ୍ରସ୍ତାବକୁ କ୍ୟାବିନେଟରେ ମୋହର ବାଜିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରର୍ଯ୍ୟାୟକ୍ରମେ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ପ୍ରକଳ୍ପ ନିର୍ମାଣ ହେବ । ଜିୟଲୋଜିଷ୍ଟ ପୋଷ୍ଟ୍ର ବିଭିନ୍ନ ଗ୍ରେଡ୍ରେ ଥିବା ଖାଲି ପଦବୀ ଗୁଡ଼ିକୁ ପୂରଣ ପାଇଁ ଅନୁମୋଦନ ମିଳିଛି । ଓଡ଼ିଶା ଭୂତଳ ଜଳ ଭୂବିଜ୍ଞାନ ସେବା ନିୟମ ୨୦୨୦କୁ ମଧ୍ୟ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି ।