କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି: ଖୁଚୁରା ବଜାରରେ ମିଳିବ ପେଟ୍ରୋଲ ଓ ଡିଜେଲ

1 min read

ଭାରତୀୟ ଦୂର ସଂଚାର ନିଗମ ଲିମିଟେଡ୍ ଅର୍ଥାତ ବିଏସ୍ଏନ୍ଏଲ୍ ସଂପର୍କରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବିଏସ୍ଏନ୍‌ଏଲରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିରୁ ଓହରିଛନ୍ତି ସରକାର। ବିଏସ୍ଏନ୍ଏଲ୍ ଓ ଏମ୍‌ଟିଏନ୍ଏଏଲ୍‌ର ହେବ ମିଶ୍ରଣ । ଏଥିସହିତ କର୍ମଚାରୀଙ୍କୁ ଭିଆରଏସ୍ ନେବା ଲାଗି ଦିଆଯିବ ଅଫ୍‌ର । ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ମଧ୍ୟ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି । ଗହମ ଓ ବାର୍ଲିର ଦାମ୍ ୮୫ ଟଙ୍କା, ସୋରିଷର ମୂଲ୍ୟ ୨୨୫ ଟଙ୍କା, ମସୁରର ଦର ୩୨୫ ଓ ଚଣାର ଦର ୨୫୫ଟଙ୍କା ଯାଏଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ମିଳିଛି ମଞ୍ଜୁରୀ । ଅପରପକ୍ଷରେ ଧାନର ଏମ୍ଏସ୍‌ପି ବୃର୍ଦ୍ଧି ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଏଥି ସହିତ ଦିଲ୍ଲୀର ବେଇଆଇନ କଲୋନୀ ଗୁଡ଼ିକରେ ରହୁଥିବା ୪୦ ଲକ୍ଷ ଲୋକଙ୍କୁ ମାଲିକାନା ହକ୍ ଦେବା ନେଇ ମଧ୍ୟ ହୋଇଛି ନିଷ୍ପତ୍ତି । ପେଟ୍ରୋଲ ଓ ଡିଜେଲକୁ ଖୁଚୁରା ବଜାରରେ ବିକ୍ରି ପାଇଁ ମଞ୍ଜୁରୀ ମିଳିଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.