ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଧେୟକ-୨୦୨୪ ପ୍ରଣୟନକୁ କ୍ୟାବିନେଟରେ ମଞ୍ଜୁରୀ
1 min readଭୁବନେଶ୍ବର : ଆରଆଇ, ଅମିନ ପରୀକ୍ଷାରେ ବିଭ୍ରାଟ ପରେ ସରକାରଙ୍କ ଚେତା ପଶିଲା । ପରୀକ୍ଷା ଆଇନରେ ସଂଶୋଧନ ଆଣି ଏହାକୁ ସ୍ବଚ୍ଛ କରିବାକୁ ଉଦ୍ଯମ କରିଛନ୍ତି ରାଜ୍ଯ ସରକାର । ସେଥିପାଇଁ ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଧେୟକ-୨୦୨୪ ପ୍ରଣୟନକୁ କ୍ୟାବିନେଟ ଆଜି ମଞ୍ଜୁରୀ ଦେଇଛି । ଏହାସହ ଏହାସହ ଆଉ ୭ ପ୍ରସ୍ତାବ ଉପରେ କ୍ଯାବିନେଟ ମୋହର ମାରିଛି । ସାର୍ବଜନୀନ ପରୀକ୍ଷାରେ ଅଖଣ୍ଡତା ବଜାୟ ରଖିବା ଲାଗି ସରକାର ଏଣିକି କୌଣସି ସରକାରୀ ପରୀକ୍ଷା ପ୍ରକ୍ରିୟାରେ ବ୍ୟାଘାତ କିମ୍ବା ଚଞ୍ଚକତା କଲେ ଦଣ୍ଡ ବିଧାନ ରହିବ । ୩ ରୁ ୫ ବର୍ଷ ଜେଲ ସହ ୧୦ ଲକ୍ଷ ଜୋରିମାନା ରାଶି ଦେବାକୁ ହେବ । ସେବା ପ୍ରଦାନକାରୀଙ୍କୁ ୧ କୋଟି ପର୍ଯ୍ୟନ୍ତ ଜୋରିମାନା ହୋଇପାରେ । ଏହି ନିୟମ ଓଡ଼ିଶା ଲୋକସେବା ଆୟୋଗ-ଓପିଏସସି, ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ-ଓଏସଏସଏସସି, ଓଡ଼ିଶା କର୍ମଚାରୀ ଚୟନ ଆୟୋଗ- ଓଏସଏସସି, ସେବା ଚୟନ ବୋର୍ଡ, ଓଡ଼ିଶା ପୋଲିସ ଚୟନ ବୋର୍ଡ ସହ ଅନ୍ଯାନ୍ଯ ସରକାରୀ ନିଯୁକ୍ତି ଓ ପ୍ରବେଶିକା ପରୀକ୍ଷାରେ ଏହି ଆଇନ ଲାଗୁ ହେବ ।