୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଏପ୍ରିଲ ୧ରୁ ଦିଆଯିବ ଟିକା

ନୂଆଦିଲ୍ଲୀ: ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ନେବେ କରୋନା ଟିକା । ଏପ୍ରିଲ ୧ରୁ ସେମାନଙ୍କ ଟିକାକରଣ ଆରମ୍ଭ ହେବ । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏଥିପାଇଁ ସମସ୍ତଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ । କେନ୍ଦ୍ର କ୍ୟାବିନେଟ ମିଟିଂରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଅନ୍ୟ କୌଣସି ରୋଗରେ ପୀଡିତ ବ୍ୟକ୍ତି ଏବଂ ବୟସ୍କ ଲୋକଙ୍କ ଟିକାକରଣ ପାଇଁ ସରକାର ଅଭିଯାନ ଆରମ୍ଭ କରିଥିଲେ । ଏହି ଟିକାକରଣ ପର୍ଯ୍ୟାୟକୁ ସରକାର ବୃଦ୍ଧି କରିଥିବା ବେଳେ ୪୫ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ଟିକା ନେଇପାରିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଦେଶରେ ପୁଣି ବେକାବୁ ହେଉଛି କରୋନା। ଦିନକୁ ଦିନ କରୋନା ଗ୍ରାଫ୍ ପୁଣି ଥରେ ଉପରମୁହାଁ ହେଉଥିବାବେଳେ ବିଭିନ୍ନ ରାଜ୍ୟରେ ଗତବର୍ଷର ରେକର୍ଡ଼ ଭାଙ୍ଗୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ଆଉ ୪୦ ହଜାର ୭୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଗୋଟିଏ ଦିଗରେ ୧୯୯ ଜଣଙ୍କ ଜୀବନ ଯାଇଛି।

ଅପରପକ୍ଷେ ସଂକ୍ରମଣ ହାର ବଢୁଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିନ୍ତା ବଢ଼ିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବିଭିନ୍ନ ରାଜ୍ୟରେ କଡ଼ା କଟକଣା ଜାରି କରାଯାଇଛି। ମହାରାଷ୍ଟ୍ର, ପଞ୍ଜାବ, ଗୁଜୁରାଟ ସମେତ କେତେକ ରାଜ୍ୟରେ ପୁଣି ଲକଡାଉନ ଓ ନାଇଟ କର୍ଫ୍ୟୁ ଭଳି କଟକଣା ଲଗାଯାଇଛି।

ଏଥିସହ ପଢନ୍ତୁ- ଟିକାକୁ ନେଇ ବଢ଼ିଲା ସନ୍ଦେହ, ୨ ଡୋଜ୍ ନେବା ପରେ ବି ସଂକ୍ରମିତ ହେଲେ ଡାକ୍ତର ଓ ନର୍ସ

Leave a Reply