spot_img

Latest Posts

ଏକ ଦେଶ ଏକ ନିର୍ବାଚନ ବିଲକୁ ମିଳିଲା କ୍ଯାବିନେଟ ମଞ୍ଜୁରୀ, ଆସନ୍ତା ସପ୍ତାହରେ ବିଲ୍ !

ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନ ପ୍ରସଙ୍ଗ। ଏକ ଦେଶ ଏକ ନିର୍ବାଚନ ବିଲକୁ ମିଳିଲା କ୍ଯାବିନେଟ ମଞ୍ଜୁରୀ। ଆସନ୍ତା ସପ୍ତାହରେ ସଂସଦରେ ଏନେଇ ଆସିପାରେ ବିଲ୍। ସାରା ଦେଶରେ ଏକ ସମୟରେ ଲୋକସଭା, ବିଧାନସଭା ଓ ଆଞ୍ଚଳିକ ପରିଷଦଗୁଡିକର ନିର୍ବାଚନ କରିବା ଲାଗି ବିଲରେ ଉଦ୍ଦିଷ୍ଟ ରହିଛି। ଏହି ବିଲ୍ ଲାଗି ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲା ବିଜେପି।

କିଛି ଦିନ ତଳେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ଯକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିସକୁ ଗ୍ରହଣ କରିଥିଲେ କେନ୍ଦ୍ର ସରକାର। ତେବେ ଏହି ବିଲକୁ କଂଗ୍ରେସ, ଆପ୍ ସମେତ କିଛି ଦଳ ବିରୋଧ କରୁଛନ୍ତି। ଏହି ବିଲକୁ ଯୁଗ୍ମ ସଂସଦୀୟ କମିଟି ନିକଟକୁ ପଠାଯିବ ବୋଲି ସୂଚନା ମିଳିଛି। ୱାନ ନେସନ ୱାନ ଇଲେକସନ ନେଇ ଗତ ୨୦୨୩ ସେପ୍ଟେମ୍ବର ୨ରେ ଗଠିତ ହୋଇଥିଲା କମିଟି।

କମିଟିରେ ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସର ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀ, ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ୧୫ତମ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ଏନକେ ସିଂହ, ଲୋକସଭାର ପୂର୍ବତନ ସେକ୍ରେଟାରୀ ଜେନାରାଲ ସୁଭାଷ ସିଂ କଶ୍ୟପ, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଓ ଭିଜିଲାନ୍ସ କମିଶନର ପୂର୍ବତନ ମୁଖ୍ୟ ସଞ୍ଜୟ କୋଠାରୀଙ୍କୁ ସଦସ୍ୟ ଭାବେ ସ୍ଥାନ ପାଇଥିଲେ।

Latest Posts

Don't Miss