କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି: ପ୍ରବାସୀ ଶ୍ରମିକଙ୍କୁ ଭଡା ଘର, ୫ ମାସ ପାଇଁ ମାଗଣା ରାସନ

Odisha Government Launches New Scheme, Garima for Core Sanitation Workers

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୫ ମାସ ପାଇଁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀକୁ ମାଗଣା ରାସନ,ପ୍ରବାସୀ ଶ୍ରମିକଙ୍କ ପାଇଁ ଭଡା ଘର, ଜେନରାଲ ଇନସ୍ୟୁରାନ୍ସ କଂପାନୀରେ ୧୨ ହଜାର ୭୫୦କୋଟି ଟଙ୍କାର ନିବେଶ ପାଇଁ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର ସୂଚନା ଦେଇଛନ୍ତି ।

ସୂଚନା ଦେଇ ଜାବଡେକର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତରେ ଗତ ୩ ମାସ ଭିତରେ ୮୧ କୋଟି  ଲୋକଙ୍କୁ ମାଗଣା ରାସନ ଦିଆଯାଇଛି । ପ୍ରତି ବ୍ୟକ୍ତିଙ୍କୁ ପ୍ରତି ମାସରେ ୫ କିଲୋ ରାସନ ମାଗଣା ଦିଆଯାଇଛି ।  ଏହି ସମୟରେ ଯେଉଁ ରାସନ ୨ ଟଙ୍କା ଓ ୩ ଟଙ୍କାରେ ମିଳୁଥିଲା ତାହା ମଧ୍ୟ ଦିଆଯାଇଥିଲା । ଯାହାର ଅର୍ଥ ହେଉଛି ଗତ ତିନି ମାସ ମଧ୍ୟରେ ପ୍ରତି ବ୍ୟକ୍ତିଙ୍କୁ ୧୫ କିଲୋ ଶସ୍ୟ ମିଳିଛି ।

ଜୁଲାଇରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଏହି ଯୋଜନା ଲାଗୁ ରହିବ । ସେ କହିଛନ୍ତି ଯେ,ପ୍ରଥମ ତିନି ମାସରେ ୧ କୋଟି ୨୦ ଲକ୍ଷ ଟନ୍ ଶସ୍ୟ ମାଗଣା ଦିଆଯାଇଛି ଓ ଆଗାମୀ ଦିନରେ ୨ କୋଟି ୩ ଲକ୍ଷ ଟନ୍ ରାସନ ମାଗଣା ଦିଆଯିବ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ୧ ଲକ୍ଷ ୪୯ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

ପ୍ରବାସୀ ଶ୍ରମିକଙ୍କ ପାଇଁ ଭଡା ଘର

କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକଙ୍କୁ ଭଡାରେ ଶସ୍ତା ଘର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତରେ ୧୦୭ ସହରରେ ୧ ଲକ୍ଷ ୮ ହଜାର ଘର ତିଆରି ସରିଛି । ଏହି ଘର ଗୁଡିକ ପ୍ରବାସୀ ଶ୍ରମିକଙ୍କୁ ଭଡାରେ ଦିଆଯିବ । ଆଗରୁ ଶ୍ରମିକଙ୍କୁ ଭଡାରେ ଶସ୍ତା ଘର ମିଳୁନଥିଲା । କିନ୍ତୁ ଏବେ ସରକାର ଏଥିପାଇଁ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାର ଦେଶର ତିନି ଜେନରାଲ ଇନସ୍ୟୁରାନ୍ସ କଂପାନୀରେ ୧୨ ହଜାର ୭୫୦ କୋଟି ଟଙ୍କା  ନିବେଶ କରିବେ ବୋଲି ଜାବଡେକର କହିଛନ୍ତି ।

Leave a Reply