spot_img

Latest Posts

‘ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା’କୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ, ଟେଲିକମ୍ ସେକ୍ଟରରେ ମଧ୍ୟ ପରିବର୍ତ୍ତନ

ନୂଆଦିଲ୍ଲୀ: ‘ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା’କୁ ବୁଧବାର ଦିନ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏହା ୬୪ ହଜାର କୋଟି ଟଙ୍କାର ଯୋଜନା। ଏହି ଯୋଜନା ଅଧୀନରେ ସମସ୍ତ ଜିଲ୍ଲା ଏବଂ ୩,୩୮୨ ବ୍ଲକରେ ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ହେଲ୍ଥ ଲ୍ୟାବ୍ ପ୍ରତିଷ୍ଠା କରାଯିବ।

ଆର୍ଥୀକ ବର୍ଷ ୨୧-୨୨ର ବଜେଟ୍ ଅଭିଭାଷଣରେ ପ୍ରାୟ ଛଅ ବର୍ଷ ମଧ୍ୟରେ ୬୪,୧୮୦ କୋଟି ଟଙ୍କା (25-26 FY) ମଧ୍ୟରେ ଏହି ଯୋଜନା କରାଯିବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହା ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ହେବ।

ଅପରପକ୍ଷେ ବିଦ୍ୟୁତ୍ ଚାଳିତ ଯାନ ଉତ୍ପାଦନ, ହାଇଡ୍ରୋଜେନ୍ ଇନ୍ଧନ ଯାନ ଆଦି ଉତ୍ପାଦନର ପ୍ରୋତ୍ସାହନ ପାଇଁ ସରକାରଙ୍କ ପକ୍ଷରୁ ୨୫,୯୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାବ୍ୟତୀତ ପାଇଁ ଡ୍ରୋନ ସେକ୍ଟର ଲାଗି ୧୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ଆହୁରି ମଧ୍ୟ ଟେଲିକମ୍ କ୍ଷେତ୍ର ଗୁଡିକୁ ସମସ୍ତ ଦେୟ ପାଇଁ ଚାରି ବର୍ଷର ମୋରାଟୋରିୟମ ପ୍ରଦାନ କରାଯିବ । ଏପରିକି ଏବେ ଟେଲିକମ୍ ସେକ୍ଟରରେ ୧୦୦% ଏଫଡିଆଇକୁ ଅନୁମତି ଦିଆଯାଇଛି । ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୖେଷ୍ଣବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଟେଲିକମ୍ କ୍ଷେତ୍ର ପାଇଁ କ୍ୟାବିନେଟରେ ୯ ଷ୍ଟ୍ରକଚୁଆଲ୍ ରିଫମର୍ସ ଓ ୫ ପ୍ରୋସେସକୁ ଅନୁମୋଦନ ମିଳିଛି । ଏହି ପରିବର୍ତ୍ତନ ସମଗ୍ର ଟେଲିକମ୍ କ୍ଷେତ୍ରର ଚିତ୍ର ବଦଳାଇଦେବ ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି ସମସ୍ତ ଅଣ-ଟେଲିକମ୍ ରେଭିନ୍ୟୁକୁ AGRରୁ ହଟାଇ ଦିଆଯିବ ।

Latest Posts

Don't Miss