ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍

1 min read

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ  । ସନ୍ଧ୍ୟା ୬ଟାରେ ଲୋକସେବା ଭବନରେ କ୍ୟାବିନେଟ୍‌ ବୈଠକ  ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୋଟ ୧୧ଟି ଏଜେଣ୍ଡା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। କ୍ୟାବିନେଟ୍‌ ବୈଠକରେ ଯେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେଗୁଡ଼ିକ ମଧ୍ୟରେ ଓଡ଼ିଶା ହିନ୍ଦୁ ରିଲିଜିୟସ୍ ଏଣ୍ଡାଓମେଣ୍ଟ ଆକ୍ଟ ସଂଶୋଧନ, ୧୯ଟି ଶିକ୍ଷାନୁଷ୍ଠାନକୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନକୁ ନେବା, ଓଡ଼ିଶା ଶ୍ରମ ଆଇନରେ ସଂଶୋଧନ, ୫ଟି ଜିଲ୍ଲା ଯଥା ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜରେ ମେଗା ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ଆଦି ରହିଛି ।

ଏହା ବ୍ୟତୀତ ଓଡ଼ିଶା ଜଳସମ୍ପଦ ବିଭାଗରେ ମୁଖ୍ୟଯନ୍ତ୍ରୀ ସ୍ତରରେ କାର୍ଯ୍ୟରତ ର୍କମଚାରୀଙ୍କ ପାଇଁ ମିନିଷ୍ଟ୍ରିଆଲ୍ ସର୍ଭିସ୍ ରୁଲ୍ ପ୍ରଣୟନ, ଓଡ଼ିଶା ସଚିବାଳୟ ସେବା କ୍ୟାଡର ରୁଲ୍‌ରେ ସଂଶୋଧନ ସମେତ ଅନୁସୂଚିତ ଜାତି ଓ ଜନଜାତି, ଓବିସି ଓ ଏସଇବିଏସ ବର୍ଗର ଜାତିଗତ ପ୍ରମାଣପତ୍ର ଏବଂ ଆୟକର ପ୍ରମାଣପତ୍ର ପାଇଁ ଆବଦେନ ଫି ଓ ୟୁଜର୍ସ ଫିକୁ ଉଚ୍ଛଦେ କରାଯିବା ପାଇଁ ରାଜସ୍ୱ ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ଲାଗିବାର ସମ୍ଭାବନା ରହିଛି  ।

')}

Leave a Reply