କାହିଁକି ବଦଳିଲେ NRC ସଂଯୋଜକ ପ୍ରତୀକ ହାଜେଲା ?

1 min read

ଆସାମର ଜାତୀୟ ନାଗରିକ ପଞ୍ଜିକରଣ ସଂଯୋଜକଙ୍କୁ ତୁରନ୍ତ ମଧ୍ୟପ୍ରଦେଶ ବଦଳି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଏନଆରସି ସଂଯୋଜକ ପ୍ରତୀକ ହାଜେଲାଙ୍କ କ୍ଷେତ୍ରରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ଅଦାଲତ ଏହାର କାରଣ ସ୍ପଷ୍ଟ କରିନାହାନ୍ତି  । କିନ୍ତୁ ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ କହିଛନ୍ତି, ଯେ ଶୀଘ୍ର ସ୍ପଷ୍ଟ ହୋଇଯିବ ଏହି ନିର୍ଦ୍ଦେଶ ବିନା କାରଣରେ ନା ଏହା ପଛରେ କିଛି ନିର୍ଦ୍ଧିଷ୍ଟ କାରଣ ଅଛି । କୋର୍ଟ ଓଲଟି ଏ ପ୍ରଶ୍ନ ପଚାରିଛନ୍ତି, କଣ ବିନା କାରଣରେ କିଛି ନିଷ୍ପତି ନିଆଯାଏ କି ?

ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଓ ଅନ୍ୟ ଏକ ଖଣ୍ଡପୀଠ ୭ ଦିନ ଭିତରେ ପ୍ରତୀକଙ୍କୁ ମଧ୍ୟପ୍ରଦେଶ ସ୍ଥାନାନ୍ତରଣ ପ୍ରକ୍ରିୟା ସାରିବାକୁ ଏକ ତତ୍କାଳ ନିର୍ଦ୍ଦେଶ ନାମାରେ କହିଛନ୍ତି  । କିନ୍ତୁ ଏ ସଂପର୍କରେ କିଛି ବରିଷ୍ଠ ଆଇନଜୀବୀ କହିଛନ୍ତି, ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଆଇଏଏସ୍ ପ୍ରତୀକ ହାଜେଲା ଅଦାଲତଙ୍କୁ ଏକ ପତ୍ର ଲେଖିଥିଲେ । ଯାହାର ପ୍ରତିକ୍ରିୟା ସ୍ବରୂପ ଏଭଳି ଏକ ନିର୍ଦ୍ଦେଶ ଆସିଛି ।

ତେବେ ଗତ ଅଗଷ୍ଟ ୩୧ରେ ଆସିଛି ଆସାମ ଏନଆରସିର ଚୂଡ଼ାନ୍ତ ତାଲିକା ।  ସୁପ୍ରିମେକାର୍ଟଙ୍କ ଡେଡଲାଇନ ପୂର୍ବରୁ ଆସିଥିବା ଏହି ତାଲିକାରେ ୧୯ଲକ୍ଷ ଲୋକ ନାଗରିକତ୍ବରୁ ବାଦ ପଡ଼ିଛନ୍ତି  । ୩ କୋଟି ୧୧ ଲକ୍ଷ ଲୋକ ଚୂଡ଼ାନ୍ତ ତାଲିକାରେ ସାମିଲ ହୋଇଛନ୍ତି  ।

  ')}

Leave a Reply