୧୮ ରାଜ୍ୟର ୫୧ ବିଧାନସଭା, ୨ ଲୋକସଭା ଆସନରେ ଉପନିର୍ବାଚନ

1 min read

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ସହ ଆଜି ଦେଶର ୫୧ଟି ବିଧାନସଭା ଆସନ ଏବଂ ୨ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେଉଛି । ଉପନିର୍ବାଚନ ହେଉଥିବା ୫୧ ଆସନ ମଧ୍ୟରୁ ୩୦ଟି ଆସନରେ ବିଜେପିର ବିଧାୟକ ଥିଲେ । ୧୨ଟିରେ କଂଗ୍ରେସ ବିଧାୟକ ଥିବା ବେଳେ ଅନ୍ୟ ଆସନ ଗୁଡ଼ିକରେ ଜିତିଥିଲେ ଆଞ୍ଚଳିକ ଦଳ ।

ଆଜି ଉତ୍ତରପ୍ରଦେଶର ୧୧ଟି ଆସନରେ ଉପନିର୍ବାଚନ ହେଉଥିବା ବେଳେ ଗୁଜରାଟର ୬, ବିହାର ଓ କେରଳର ୫ଟି ଲେଖାଏଁ ଆସନରେ ମତଦାନ ଚାଲିଛି । ଆସାମ ଓ ପଞ୍ଜାବରେ ୪ଟି ଲେଖାଏଁ ବିଧାନସଭା କ୍ଷେତ୍ରରେ ଉତ୍ସାହର ସହ ମତଦାନ କରୁଛନ୍ତି ଭୋଟର ।

ହିମାଚଳ ପ୍ରଦେଶ, ତାମିଲନାଡ଼ୁ ଓ ରାଜସ୍ଥାନର ୨ଟି ଲେଖାଏଁ ଆସନ ସହ ଅରୁଣାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ଼, ପୁଡୁଚେରୀ, ମେଘାଳୟ ଓ ତେଲଙ୍ଗାନାର ଗୋଟିଏ ଲେଖାଏଁ ଆସନରେ ଭୋଟିଂ ହେଉଛି । ଦେଶର ୫୧ଟି ବିଧାନସଭା ଆସନ ମହାରାଷ୍ଟ୍ରର ସତାରା ଓ ବିହାର ସମସ୍ତିପୁର ଲୋକସଭା ଆସନରେ  ଉପନିର୍ବାଚନ ପାଇଁ ମତଦାନ ଚାଲିଛି । ')}

Leave a Reply