ଆଜି ଆସିବ ୬ ରାଜ୍ୟର ୭ ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ

ଦିଲ୍ଲୀ  : ଦେଶରେ କାହା ସପକ୍ଷରେ ରହିଛି ଜନମତ  । ଏନଡିଏ ନା ଇଣ୍ଡିଆ ମେଣ୍ଟ  । କାହାକୁ ଭରସା କରୁଛନ୍ତି ଦେଶବାସୀ  । ଆଜି ଆସିବ ୬ ରାଜ୍ୟର ୭ ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ । ଗତ ମଙ୍ଗଳବାର ଉପନିର୍ବାଚନ ହୋଇଥିବାବେଳେ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ  । ଝାଡଖଣ୍ଡର ଡୁମରି ଓ ବକ୍ସରନଗର, ତ୍ରିପୁରାର ଧାନପୁର, ପଶ୍ଚିମବଙ୍ଗର ଧୁପଗୁରୀ, ଉତ୍ତରପ୍ରଦେଶର ଘୋଶି, ଉତ୍ତରାଖଣ୍ଡର ବାଗେଶ୍ବର ଓ କେରଳର ପୁଥୁପଲ୍ଲୀ ଆସନ ପାଇଁ ଭୋଟ ଗ୍ରହଣ ହୋଇଛି । 5 ଆସନରେ ବିଧାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନିଜ ଆସନରୁ ଇସ୍ତଫା ଦେଇଛନ୍ତି ।  ବିଜେପି ନେତୃତ୍ଵାଧୀନ ଏନଡିଏ ଓ ନବଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆ ମଧ୍ୟରେ ଏହା ହେଉଛି ପ୍ରଥମ ନିର୍ବାଚନ ଲଢେଇ ।Bypoll Results 2022: BJP bags 4 out of 7 seats in 6 states, TRS, RJD, Shiv  Sena (Uddhav) win one each - Details! | Zee Business

୪ଟି ରାଜ୍ୟରେ ବିଜେପି ଓ ବିରୋଧୀ ମେଣ୍ଟ ମଧ୍ୟରେ ଲଢେଇ ଚାଲିଥିବା ବେଳେ ଧୁପଗୁଡି ଓ ପୁଥୁପଲ୍ଲୀରେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ପରସ୍ପର ମୁହାଁମୁହିଁ ହୋଇଛନ୍ତି । ପଶ୍ଚିମବଙ୍ଗର ଧୁପଗୁଡି ଆସନରେ ବିଜେପି, ଟିଏମସି ଓ କଂଗ୍ରେସ ସମର୍ଥିତ ସିପିଆଇ ମଧ୍ୟରେ ତ୍ରିମୁଖୀ ଲଢେଇ ହୋଇଛି । ସେପଟେ ଝାଡଖଣ୍ଡରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବେବି ଦେବୀ ଏବଂ ଏନଡିଏର ଯଶୋଦା ଦେବୀଙ୍କ ମଧ୍ୟରେ କଡା ଟକ୍କର ହୋଇଛି । ଉତ୍ତରାଖଣ୍ଡର ବାଗେଶ୍ବର ଆସନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଟକ୍କର ହେବ । କେରଳରେ କଂଗ୍ରେସ ଏବଂ ବାମ ଦଳ ମୁହାଁମୁହିଁ ହୋଇଛନ୍ତି । ଉତ୍ତରପ୍ରଦେଶର ଘୋଶି ଆସନରୁ ସମାଜବାଦୀ ପାର୍ଟି ନେତା ଦାରା ସିଂହ ଚୌହାନ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ । ଏହି ଉପନିର୍ବାଚନରେ ସମାଜବାଦୀ ପାର୍ଟି, ବିଜେପି ଓ ବିଏସପି ମଧ୍ୟରେ ଲଢେଇ ଜୋରଦାର ହୋଇଛି  । ଉପନିର୍ବାଚନର ଫଳାଫଳ କହିବ ଦେଶବାସୀ ଏନଡିଏ ଓ ଇଣ୍ଡିଆ ମେଣ୍ଟକୁ ଗ୍ରହଣ କରୁଛନ୍ତି  ।