ଦ୍ୱିତୀୟ ମ୍ୟାଚରେ ବିଜୟ ସହ ଦିିନିକିଆ ସିରିଜ୍ ଜିତିଲା ଭାରତୀୟ ମହିଳା ଦଳ

1 min read

ପଲ୍ଲକେଲେ: ଭାରତୀୟ ମହିଳା କ୍ରିକେଟ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛି । ଘରୋଇ ଶ୍ରଲଙ୍କାକୁ ପୂର୍ବରୁ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୨-୧ରେ ପରାଜିତ କରିବା ପରେ ଏବେ ଦିନିକିଆରେ ମଧ୍ୟ ୨-୦ରେ ବିଜୟୀ ହୋଇଛି । ଜୁଲାଇ ୧ ତାରିଖରେ ପ୍ରଥମ ଦିନିକିଆ ମ୍ୟାଚ ହୋଇଥିଲା । ଭାରତ ୪ ୱିକେଟରେ ଏହି ମ୍ୟଚଟିକୁ ଜିତିନେଇଥିଲା । ଆଜି ଖେଳାଯାଇଥିବା ମ୍ୟାଚରେ ମଧ୍ୟ ଭାରତ ୧୦ ୱିକେଟରେ ମ୍ୟାଚଟିକୁ ଜିତିନେଇଛି । ଏହି ବିଜୟ ସହ ଭାରତ ସିରିଜ ବିଜୟୀ ହୋଇଛି । ଆସନ୍ତା ୭ ତାରିଖରେ ଶ୍ରୀଲଙ୍କା ସମ୍ମାନ ପାଇଁ ତୃତୀୟ ଦିନିକିଆ ମ୍ୟାଚ ଖେଳିବ ।

ଆଜି ପଲ୍ଲେକେଲେ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତୀୟ ମହିଳା ଦଳ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଶ୍ରୀଲଙ୍କା ଦଳ ୫୦ ଓଭର ବିଶିଷ୍ଟ ମ୍ୟାଚରେ ନିଜର ସମସ୍ତ ୱିକେଟ ହରାଇ ୧୭୩ ରନ କରିବାକୁ ସକ୍ଷମ ହୋଇଥିଲା । ଶ୍ରୀଲଙ୍କା ପକ୍ଷରୁ ଅମା କଞ୍ଚନା ସର୍ବାଧିକ ୪୭ ରନ୍ କରି ନଟଆଉଟ ଥିଲେ । ଭାରତୀୟ ଦଳ ପକ୍ଷରୁ ରେଣୁକା ସିଂ ୧୦ ଓଭର ବୋଲିଂ କରି ମାତ୍ର ୨୮ ରନ୍ ଦେଇ ୪ ୱିକେଟ ହାସଲ କରିଥିଲେ ।

୧୭୪ ରନର ବିଜୟ ଲକ୍ଷ୍ୟକୁ ନେଇ ଭାରତ ପକ୍ଷରୁ ଶେଫାଳି ବର୍ମା ଓ ସ୍ମିୃତି ମନ୍ଧନା କ୍ରୀଜକୁ ଓହ୍ଲାଇଥିଲେ । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ବିଜୟ ଲକ୍ଷ୍ୟକୁ ମାତ୍ର ୨୫ ଓଭରରେ ହାସଲ କରିନେଇଥିଲେ  । ୨୫ ଓଭର ପ୍ରଗତି ଥିବାବେଳେ ଭାରତୀୟ ଦଳ ବିନା ୱିକେଟ ହରାଇ ଲକ୍ଷ୍ୟକୁ ହାସଲ କରିନେଇଛି । ସେଫାଳି ବର୍ମା ୭୧ ବଲ୍ ଖେଳି ୭୧ ରନ୍ କରିଛନ୍ତି ସେହିପରି ସ୍ମିୃତି ମନ୍ଧନା ୮୩ ବଲ୍ ଖେଳି ସର୍ବାଧିକ ୯୪ ରନ୍ କରିଛନ୍ତି  । ଶ୍ରେଷ୍ଠ ବୋଲିଂ ପାଇଁ ରେଣୁକା ସିଂଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଘୋଷଣା କରାଯାଇଛି  ।