୩ ଲୋକସଭା ଓ ୩୦ ବିଧାନସଭା ପାଇଁ ଚାଲିଛି ଉପନିର୍ବାଚନ

ନୂଆଦିଲ୍ଲୀ: ଦେଶରେ ୩ଟି ଲୋକସଭା ଓ ୩୦ ବିଧାନସଭା ପାଇଁ ଚାଲିଛି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । କଡା ସୁରକ୍ଷା ବ୍ୟବସ୍ଥା ସହ ଚାଲିଛି ଭୋଟ ଗ୍ରହଣ । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ଆସନ ଉପରେ ରଖାଯାଇଛି କଡା ନଜର ।

ଦାଦ୍ରି ନଗର ହାବେଳି, ହିମାଚଳ ପ୍ରଦେଶର ମଣ୍ଡି ଓ ମଧ୍ୟ ପ୍ରଦେଶର ଖାଣ୍ଡଓ୍ବା ଲୋକସଭା ଆସନ ପାଇଁ ଚାଲିଛି ମତଦାନ । ସେହିପରି ଆସାମର ୫ଟି, ପଶ୍ଚିମବଙ୍ଗରେ ୪ଟି, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ ଓ ମେଘାଳୟର ୩ଟି ଲେଖାଏଁ ଆସନରେ ହେଉଛି ଭୋଟିଂ । ବିହାର, କର୍ଣ୍ଣାଟକ ଓ ରାଜସ୍ଥାନରେ ଦୁଇଟି ଲେଖାଏଁ ଆସନରେ ଉପନିର୍ବାଚନ ହେଉଛି । ଏଥିସହ ଆନ୍ଧ୍ର ପ୍ରଦେଶ, ହରିଆଣା, ମହାରାଷ୍ଟ୍ର, ମିଜୋରାମ. ନାଗାଲାଣ୍ଡ ଓ ତେଲେଙ୍ଗାନାର ଗୋଟିଏ ଲେଖାଏଁ ଆସନରେ ମତଦାନ ହେଉଛି । ଆସନ୍ତା ୨ ତାରିଖରେ ଭୋଟ ଗଣତି ।

Leave a Reply