ଉପ-ନିର୍ବାଚନ ଭୋଟ ଗଣତି: କଂଗ୍ରେସ ପ୍ରାର୍ଥୀଙ୍କ ଦବଦବା, ବିଜେପିକୁ ରାଜସ୍ଥାନ ଓ ହିମାଚଳରେ ଝଟକା

1 min read

ନୂଆଦିଲ୍ଲୀ: ଉପ-ନିର୍ବାଚନରେ ଏଯାଏଁ ହୋଇଥିବା ଭୋଟଗଣତିରେ କଂଗ୍ରେସର ପ୍ରଭାବ ଦେଖିବାକୁ ମିଳିଛି । ରାଜସ୍ଥାନ ଓ ହିମାଚଳ ପ୍ରଦେଶରେ ପାର୍ଟି ମଜବୁତ୍ ସ୍ଥିତିରେ ରହିଥିବା ବେଳେ ରାଜସ୍ଥାନର ଧରିୟାବାଦରେ ଏଯାବତ୍ ହୋଇଥିବା ଭୋଟ ଗଣତିରେ କଂଗ୍ରସେ ପ୍ରାର୍ଥୀ ନଗରାଜ ମୋଟ ୬୯୫୫୬ ଖଣ୍ଡ ଭୋଟ ପାଇଥିବା ବେଳ ବିଜେପିର ଖେତ ସିଂହଙ୍କୁ ୪୬୩୬୭ ଖଣ୍ଡ ଭୋଟ ମିଳିଛି । ବିଟିପି ପ୍ରାର୍ଥୀ ଥାବରଚନ୍ଦଙ୍କୁ ୫୦୮୦୯ ଭାେଟ ମିଳିଛି । ତେବେ ଏବେ ଆହୁରି କିଛି ରାଉଣ୍ଡ ଗଣତି ବାକି ରହିଛି ।

ସେହିଭଳି କୁଶେଶ୍ୱରସ୍ଥାନ ଆସନରେ ମୋଟ ୧୨ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଜେଡିୟୁ ପ୍ରାର୍ଥୀଙ୍କୁ ୮ହଜାରରୁ ଅଧିକ ଭୋଟ ମିଳିଛି । ଦରଭଙ୍ଗାର କୁଶେଶ୍ୱସ୍ଥାନ ଆସନରୁ ପ୍ରାର୍ଥୀ ହୋଇଥିବା ଜେଡିୟୁ ପ୍ରାର୍ଥୀ ଅନମ୍ ଭୂଷଣ ହଜାରୀ ମୋଟ ୮୦୭୪ ଭୋଟରେ ଆଗୁଆ ରହିଥିବା ବେଳେ ଆରଜେଡିର ପ୍ରାର୍ଥୀ ୨୪୬୧୨ ଖଣ୍ଡ ଭୋଟ, ଜେଡିୟୁର  ପ୍ରାର୍ଥୀ ୩୨୬୮୬ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୨୯୨୯ ଖଣ୍ଡ ଭୋଟ ପାଇଛନ୍ତି ।

ସୂଚନା ଯୋଗ୍ୟ,  ୧୩ରାଜ୍ୟର ୨୯  ବିଧାନସଭାର  ଆସନ ଏବଂ ଦେଶର ୩ ଲୋକସଭା ଆସନ ଦାଦର ନଗର ହାବେଳୀ, ମଣ୍ଡି, ଖଣ୍ଡବା ଆସନରେ ହୋଇଥିବ ମତଦାନ ଆଜି ଗଣତି ହେଉଛି । ୨୯ ବିଧାନସଭା ସିଟି ମଧ୍ୟରେ ପଶ୍ଚିମବଙ୍ଗର ୪, ଆସାମର ୫, ମଧ୍ୟପ୍ରଦେଶ, ମେଘାଳୟ ଏବଂ ହିମାଚଳ ପ୍ରଦେଶ ୩ଟି ଲେଖାଏଁ, ବିହାର, ରାଜସ୍ଥାନ ଏବଂ କର୍ଣ୍ଣାଟକରେ ୨ଯି ଲେଖାଏଁ, ଆନ୍ଦ୍ରପ୍ରଦେଶ, ମହାରାଷ୍ଟ୍ର, ହରିୟାଣା, ତେଲେଙ୍ଗାନା, ମିଜୋରାମର ଗୋଟିଏ ଲେଖାଏଁ ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା । କୋଭିଡ-୧୯ ନିୟମଅନୁଯାୟୀ ନିର୍ବାଚନ ଘୋଷଣା ପରେ ବିଜୟୀ ପ୍ରାର୍ଥୀ କୌଣସି ବି ପ୍ରକାରର ଶୋଭାଯାତ୍ରା, ରାଲି କିମ୍ୱା ସମାରୋହର ଆୟୋଜନ କରିପାରିବେ ନାହିଁ ।

ଏଥିସହିତ ପଢ଼ନ୍ତୁ: ପୁଣି ବଢ଼ିଲା ତେଲ ଦର: ଭୁବନେଶ୍ବରରେ ୧୧୧ରେ ପହଞ୍ଚିଲା ପେଟ୍ରୋଲ ଦାମ

Leave a Reply