ଏପ୍ରିଲ ସୁଧା ଭାରତ ଆସିବ ଆଉ ୧୬ ରାଫେଲ ଲଢୁଆ ବିମାନ

rafel fighter

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁ ସେନା । ଆସନ୍ତାବର୍ଷ ଏପ୍ରିଲ ସୁଦ୍ଧା ଆଉ ୧୬ଟି ଓମନି ରୋଲ ରାଫେଲ ବିମାନ ଭାରତ ଆସିବ । ସେଥିରୁ ୩ଟି ରାଫେଲ ଆସନ୍ତା ମାସ ୫ତାରିଖରେ ଅମ୍ବାଲା ଏୟାରବେସରେ ପହଁଚିବ । ଫ୍ରାନ୍ସର ଜେଟ ଇଞ୍ଜିନ ତିଆରି କରୁଥିବା କମ୍ପାନୀ ସାଫରନ ଏନେଇ ପ୍ରସ୍ତୁତି ଜୋରଦାର କରିଛି । ଗତ ଜୁଲାଇ ୨୯ରେ ପାଞ୍ଚଟି ରାଫେଲ ବିମାନ ଭାରତ ଆସିଥିଲା । ସେଗୁଡିକୁ ବାୟୁସେନାର ସ୍କ୍ବାର୍ଡନ ୧୭ରେ ଭର୍ତ୍ତି କରାଯାଇଛି । ନଭେମ୍ବରରେ ଆସୁଥିବା ରାଫେଲ ବିନା କୌଣସି ଷ୍ଟପେଜରେ ଭାରତରେ ପହଁଚିବେ । ଆକାଶ ମାର୍ଗରେ ହିଁ ସେଗୁଡିକର ଇନ୍ଧନ ଭର୍ତ୍ତି କରାଯିବ । ପରେ ଜାନୁୟାରୀରେ ୩ଟି, ମାର୍ଚ୍ଚରେ ୩ରେ ଏବଂ ଏପ୍ରିଲ ମାସରେ ୭ଟି ରାଫେଲ ପର୍ଯ୍ୟାୟ କ୍ରମେ ଭାରତ ଆସିବ । ସୂଚନା ଅନୁସାରେ ଭାରତୀୟ ବାୟୁସେନାର ଏକ ଟିମ୍ ଟ୍ରେନିଂ ପାଇଁ ଫ୍ରାନ୍ସରେ ୭ଟି ରାଫେଲର ବ୍ୟବହାର କରୁଛନ୍ତି । ଖୁବଶିଘ୍ର ପର୍ଯାୟ କ୍ରମେ ସିଙ୍ଗଲ ସିଟ ରାଫେଲ ୨୧ଟି ଆସିବାକୁ ଥିବା ବେଳେ ୭ଟି ଡବଲ ସିଟ ରାଫେଲ ଆସିବ । ୨୦୧୬ରେ ୫୯ ହଜାର କୋଟି ଟଙ୍କା ବ୍ୟୟରେ ୩୬ଟି ରାଫେଲ ଭାରତ ଫ୍ରାନ୍ସଠୁ କିଣିବାକୁ ନେଇ ଚୁକ୍ତି କରିଥିଲା

Leave a Reply