ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ଦେଶରେ ଓଡ଼ିଶା ହେବ ରୋଲ୍ ମଡେଲ, ୨୦୪୦ ସୁଦ୍ଧା ସାରା ରାଜ୍ୟରେ ଚାଲିବ ଗ୍ରୀନ୍ ବସ୍ ସେବା

1 min read

ଭୁବନେଶ୍ୱର: ଗ୍ରୀନ୍ ଏନର୍ଜି ପାଇଁ ସାରା ଦେଶରେ ଓଡ଼ିଶା ହେବ ରୋଲ୍ ମଡେଲ । ଆସନ୍ତା ୨୦୪୦ ସୁଦ୍ଧା ସାରା ରାଜ୍ୟରେ ଚାଲିବ ଗ୍ରୀନ୍ ବସ୍ ସେବା । ଏନେଇ କ୍ରୁଟ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରୋଜେକ୍ଟକୁ ଗ୍ରହଣ କରାଯାଉଛି । ନାଁ ରହିବ ପ୍ରଦୂଷଣ ନାଁ ରହିବ ତେଲ ଦରବୃଦ୍ଧି ଚିନ୍ତା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୁଟ ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ଏହା ସହିତ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୫୦ଟି ଇଲେକ୍ଟ୍ରିକ ବସ୍ ସେବା ଆରମ୍ଭ ହୋଇଥିବା ବେଳେ ଏହି ସେବା ଆସନ୍ତା ୩ ମାସ ମଧ୍ୟରେ ଗଞ୍ଜାମ ସମେତ ଅନ୍ୟ ୬ଟି ଜିଲ୍ଲାରେ ଆରମ୍ଭ ହେବ । ଭୁବନେଶ୍ୱର ସୋଆ ବିଶ୍ୱ ବିଦ୍ୟାଳୟ ପରିସରରେ ଆୟୋଜିତ ୨୦୨୩, I.E.E.E ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀ ସିଫେଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୁଟ ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇ କହିଛନ୍ତି ।

ଏହା ସହିତ ଗ୍ରୀନ୍ ଏନର୍ଜି ବ୍ୟବହାର ଉପରେ ଏହି ସମ୍ମିଳନୀ ବେଶ୍ ଗୁରୁତ୍ୱ ବହନ କରୁଛି । ବିଭିନ୍ନ କାରଣରୁ ସାରା ବିଶ୍ୱରେ ଏବେ ଜଳବାୟୁ ପରିବର୍ତ୍ତନରେ ଅନିୟମିତତା ପରିଲକ୍ଷିତ ହେଉଛି । ଯଦି କ୍ରମାଗତ ଭାବେ ଏହି ସ୍ଥିତି ଲାଗି ରହେ ତେବେ ସାରା ବିଶ୍ୱ ପାଇଁ ଆଗକୁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହେବ । ଏହାକୁ ଦୃଷ୍ଟିରେ ରଖି ଆଗକୁ ଗ୍ରୀନ୍ ଏନର୍ଜି ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଉଛି । ଭୁବନେଶ୍ବର ସୋଆ ବିଶ୍ୱ ବିଦ୍ୟାଳୟ ପ୍ରେକ୍ଷାଳୟରେ ଆରମ୍ଭ ହୋଇଛି ୪ ଦିନିଆ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘ସିଫେଟ ୨୦୨୩’ ।