କ୍ୱାରେଣ୍ଟାଇନ ସେଣ୍ଟରରେ କୁମ୍ଭକର୍ଣ୍ଣ, ଜଳଖିଆରେ ଖାଉଛନ୍ତି ୪୦ପଟ ରୁଟି

1 min read

ବକ୍ସର: ବିହାରର ବକ୍ସର କ୍ୱାରେଣ୍ଟାଇନ ସେଣ୍ଟରରୁ ଏକ ନିଆରା ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ଜଣେ ଯୁବକଙ୍କ ଭୋକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଯାହା କ୍ୱାରେଣ୍ଟାଇନ ସେଣ୍ଟର ପାଇଁ ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି । କ୍ୱାରେଣ୍ଟାଇନ ସେଣ୍ଟରରେ ଯୁବକଟିକୁ ପେଟ ପୂରା ଖାଇବାକୁ ଦେବା ଏକ ସମସ୍ୟା ହୋଇଯାଇଛି । ଯୁବକ ପାଇଁ ଭୋଜନର ବ୍ୟବସ୍ଥା କରିବା କ୍ୱାରେଣ୍ଟାଇନ ସେଣ୍ଟରରେ ରକ୍ଷଣା କରୁଥିବା ଲୋକଙ୍କ ପାଇଁ କୌଣସି ଚ୍ୟାଲେଞ୍ଜରୁ କମ ନୁହେଁ ।

ଯୁବକ ଜଣଙ୍କ କ୍ୱାରେଣ୍ଟାଇନ ସେଣ୍ଟର ଏବଂ ବାହାରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସେ ଏକା ହିଁ ୧୦ଲୋକଙ୍କ ଭୋଜନ ଖାଇଯାଉଛନ୍ତି । ସେ ଗୋଟିଏ ମିଲରେ ୪୦ଟା ରୁଟି ଏବଂ ଦୁଇ ଥାଳି ଭାତ ଖାଇଥାନ୍ତି । ଯୁବକଙ୍କ ନାଁ ହେଉଛି ଅନୁପ ଓଝା ମଝବାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ଅଛନ୍ତି । ଆଜିକାଲି ତାଙ୍କ ଖାଇବାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି ।

କ୍ୱାରେଣ୍ଟାଇନ ସେଣ୍ଟରରେ ଭୋଜନରେ ଲିଟି ତିଆରି କରାଯାଇଥିଲା । ୬୦ଟି ଲିଟି ଖାଇବା ପରେ ବି ଅନୁପଙ୍କ ଭୋକ ମେଣ୍ଟି ନଥିଲା । ଅନୁପ ଯେହେତୁ ଏକାଥରେ ୧୦ଜଣ ଲୋକଙ୍କ ଖାଦ୍ୟ ଏକା ଖାଇଯାଆନ୍ତି ସେଥିପାଇଁ ତାଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ପେଟ ପୁରେନା । ଏନେଇ ଅନୁପ ନିଜେ ସ୍ୱୀକାର କରିଛନ୍ତି ଯେ ସେ ଜଳଖିଆରେ ଏକାଥରେ ୩୦-୩୨ପଟ ରୁଟି ଏବଂ ୨୫ ଲିଟି ଖାଇଯାଆନ୍ତି ।

କ୍ୱାରେଣ୍ଟାଇନ ସେଣ୍ଟରର ଲୋକ କୁହନ୍ତି ଯେ, ଅନୁପଙ୍କ ଭୋକ ପାଇଁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଖାଇବା କମ୍ ପଡ଼ିଯାଏ । ଅନୁପ ବେଳେ ଏକା ୧୦ଜଣ ଲୋକଙ୍କ ଖାଦ୍ୟ ଖାଇଯାଆନ୍ତି । ଯେଉଁଥି ପାଇଁ ପୁଣି ଥରେ ଖାଇବା ରାନ୍ଧିବାକୁ ପଡ଼ିଥାଏ । ତେଣୁ ଲୋକେ ତାଙ୍କୁ କ୍ୱାରେଣ୍ଟାନ ସେଣ୍ଟରର କୁମ୍ଭକର୍ଣ୍ଣ ମଧ୍ୟ କୁହନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ଅନୁପ ସପ୍ତାହେ ପୂର୍ବରୁ କ୍ୱାରେଣ୍ଟାଇନ ସେଣ୍ଟର ଆସିଥିଲେ । ପେଟ ପୋଶିବା ପାଇଁ ସେ ରାଜସ୍ଥାନରେ କାମ କରୁଥିଲେ । ଲକଡାଉନ ପାଇଁ ଘରକୁ ଫେରିବା ପରେ ତାଙ୍କୁ ୧୪ଦିନ ପାଇଁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଏବେ କ୍ୱାରେଣ୍ଟାଇନ ସେଣ୍ଟରରେ ତାଙ୍କ ଭୋକ ମାରିବା ଏକ ଚ୍ୟାଲେଞ୍ଜ ଠାରୁ କମ ନୁହେଁ । ଅନୁପ ଓଝାଙ୍କ ଖାଇବା କାହାଣୀର ଚର୍ଚ୍ଚା ଏବେ ଚାରିଆଡ଼େ ।

Leave a Reply