ସ୍କ୍ରାପ ପଲିସି ଲାଗୁ ନେଇ ରାଜ୍ୟରେ ହୋଇନି ନୀତିଗତ ନିଷ୍ପତ୍ତି, କିନ୍ତୁ ଫିଟନେସ ଥିବା ଗାଡି ଚାଲିପାରିବ

1 min read

ଭୁବନେଶ୍ୱର: କେନ୍ଦ୍ରର ସ୍କ୍ରାପ ପଲିସି ନେଇ ରାଜ୍ୟ ସରକାର କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାଁନ୍ତି। ପଲିସି ଲାଗୁ ନେଇ ରାଜ୍ୟ କିଛି ନୀତିଗତ ନିଷ୍ପତ୍ତି ନେଇନି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ନୂଆ ନୀତି ୨୦୨୨ ଏପ୍ରିଲରୁ କେନ୍ଦ୍ର ସରକାର ଲାଗୁ କରିବେ। ଗାଡି ଯଦି ଖରାପ ଥିବ ସେ ସଂକ୍ରାନ୍ତରେ ବିଚାର କରାଯିବ। ଯଦି ଗାଡି ଠିକ ଥିବ ହଟେଇବା କଷ୍ଟ ବୋଲି ମନ୍ତ୍ରୀ କହିଛନ୍ତି। କିନ୍ତୁ ଫିଟନେସ ଥିବା ଗାଡି ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି। ପଞ୍ଜୀକରଣ କରି ଗାଡି ଚାଲିପାରିବ। ସ୍କ୍ରାପ ପଲିସି ଦ୍ୱାରା ଲୋକ କ୍ଷତିରେ ପଡିବେ ବୋଲି ମନ୍ତ୍ରୀ କହିଛନ୍ତି।

ପଲିସି ଦ୍ୱାରା ଲୋକ କଣ ଅସୁବିଧାର ସମ୍ମୁଖୀନ ହେବେ ସେ ନେଇ କେନ୍ଦ୍ରକୁ ଅବଗତ କରାଯାଇଛି। କେତେ ପୁରୁଣା ଗାଡି ଅଛି ବିଭାଗ ତଥ୍ୟ ଦାଖଲ କରୁଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ସେହିପରି ଇ- ଭେହିକିଲ କାର୍ଯ୍ୟକ୍ଷମ ନେଇ ପରିବହନ ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ଯିଏ ଇ-ଭେହିକିଲ କିଣିବ ରାଜ୍ୟ ସରକାର ପ୍ରୋତ୍ସାହନ ଦେବେ। ଚାର୍ଜଙ୍ଗ ଷ୍ଟେସନ ନେଇ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନିର୍ଦ୍ଧିଷ୍ଟ କେତେ ବ୍ୟବଧାନରେ ଚାର୍ଜିଙ୍ଗ ଷ୍ଟେସନ ବସିବ ସେ ନେଇ ଆଲୋଚନା ଚାଲିଛି। ଖୁବ ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେହିଭଳି ଦୁର୍ଘଟଣା ରୋକିବାକୁ ତାମିଲନାଡୁ ମଡେଲ ଆପଣେଇବା ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ  ଚିଠି ଲେଖିଛନ୍ତି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ପରିବହନ ମନ୍ତ୍ରୀ କହିଛନ୍ତି, ତାମିଲନାଡୁ ମଡେଲ ଦେଶର ବେଷ୍ଟ ମଡେଲ। ଦୁର୍ଘଟଣା କମାଇବା ପାଇଁ ରାଜ୍ୟମାନେ ତତ୍ପରତା ପ୍ରକାଶ କରୁଛନ୍ତି। ସେଥିପାଇଁ ଯେଉଁ ମଡେଲ ଆବଶ୍ୟକ ରାଜ୍ୟ ଗ୍ରହଣ କରିବ ବୋଲି କହିଛନ୍ତି ପଦ୍ମନାଭ।

Leave a Reply