ଗାଁ ଲୋକଙ୍କୁ ଲଙ୍କାଗୁଣ୍ଡ ଫିଙ୍ଗିଲେ କୁକୁଡ଼ା ବ୍ୟବସାୟୀ

1 min read

ବାଲେଶ୍ୱର: କୁକୁଡ଼ା ଫାର୍ମକୁ ବିରୋଧ କରିବାରୁ ଗାଁ ଲୋକଙ୍କୁ ଲଙ୍କାଗୁଣ୍ଡ ଫିଙ୍ଗିଲେ ଫାର୍ମ ମାଲିକ । ଘଟଣାଟି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅସାବନ୍ଧ ଗାଁର ।

ଖବର ମୁତାବକ, କୁକୁଡ଼ା ଫାର୍ମର ଦୁର୍ଗନ୍ଧ ଆଉ ଅଳିଆ ଆବର୍ଜନା ପାଇଁ ଗାଁ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିଲେ । ତେବେ ଏନେଇ ଗାଁ ଲୋକଙ୍କ ଅଭିଯୋଗ ପରେ ଫାର୍ମଟିକୁ ୩ମାସ ହେବ ବନ୍ଦ କରି ଦିଆଯାଇଥିଲା  । ଏବେ ମାଲିକ ଫାର୍ମ ଖୋଲିବାରୁ ଉତ୍ତେଜନା ଦେଖାଦେଇଛି ।

ଗତ ରବିବାର ଫାର୍ମ ମାଲିକ କିଛି ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ସାଙ୍ଗରେ ନେଇ ୬୦ ହଜାର କୁକୁଡା ଛୁଆ ଫାର୍ମରେ ଛାଡିଥିଲେ । ଏନେଇ ଗାଁଲୋକେ ବିରୋଧ କରିବାରୁ ଫାର୍ମ ମାଲିକ ସେମାନଙ୍କ ଉପରକୁ ଲଙ୍କାଗୁଣ୍ତ ଫିଙ୍ଗିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଫଳରେ ଜଣେ ୱାର୍ଡ ସଭ୍ୟଙ୍କ ସମେତ ଦୁଇ ଜଣ ଆହତ ହୋଇଛନ୍ତି ।

ଗାଁରେ ଉତ୍ତେଜନା ଲାଗିରହିଛି , ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ପୁଲିସ ମୁତୟନ କରାଯାଇଛି  । ')}

Leave a Reply