ବିବାହ ପାଇଁ ରାଜି ନ ହେବାରୁ ହୋଟେଲ ବ୍ୟବସାୟୀଙ୍କ ତଣ୍ଟି କାଟିଥିଲା କେୟାର ଟେକର

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାର ହୋଟେଲ ବ୍ୟବସାୟୀ ବିଶ୍ବଜିତ ନାୟକଙ୍କୁ ହତ୍ୟା ମାମଲା । କେୟାରଟେକର ହିଁ ବିଶ୍ବଜିତଙ୍କୁ କରିଥିଲା ହତ୍ୟା  । ହତ୍ୟା ଅଭିଯୁକ୍ତ କେୟାରଟେକର ସୋନିକୁ ଗିରଫ କଲା କମିଶନରେଟ ପୋଲିସ । ସମ୍ପତ୍ତି ଲୋଭରେ ସୋନି ବିଶ୍ବଜିତଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ସୋନି ପୂର୍ବରୁ ମଧ୍ୟ ଏକ ହତ୍ୟା ମାମଲାରେ ୧୨ ବର୍ଷ ସଜା ଭୋଗିଛି  । ସୋନି ବିଶ୍ବଜିତଙ୍କର କେୟାରଟେକର ଭାବେ ତିନିବର୍ଷ ଧରି କାମ କରୁଥିଲ  ।

ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା  । ବିଶ୍ବଜିତଙ୍କୁ ସୋନି ବିବାହ କରିବାକୁ ବାଧ୍ୟ କରୁଥିଲେ । ବିଶ୍ବଜିତ ବିବାହ ପାଇଁ ରାଜି ନହେବାରୁ ଜଘନ୍ୟ କାଣ୍ଡ ଘଟଣାଇଥିଲା ଅଭିଯୁକ୍ତ । ଧାରୁଆ ଅସ୍ତ୍ରରେ ବିଶ୍ବଜିତଙ୍କର ତଣ୍ଟିକାଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା ।