ହୋଟେଲ ମାଲିକଙ୍କୁ ଘର ସାମ୍ନାରେ ଦୁର୍ବୃତ୍ତଙ୍କ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ରାଉରକେଲା: ଦୁର୍ବୃତ୍ତଙ୍କ ରକ୍ତାକ୍ତ ତାଣ୍ଡବ। ରାଉରକେଲା ସହରର ପ୍ଲାଣ୍ଟ ସାଇଟ ଥାନା ଡିଏଭି ଲେନ ଅଞ୍ଚଳରେ ହୋଟେଲ ମାଲିକ ତଥା ବ୍ୟବସାୟୀ ସଜନ ମିତ୍ତଲଙ୍କୁ ହତ୍ୟା ଅଭିଯୋଗ। ଗତକାଲି ବିଳମ୍ବିତ ରାତିରେ ହୋଟେଲ ମାଲିକ ନିଜ ଵାସଭବନକୁ ଯାଉଥିବା ବେଳେ କିଛି ଦୁର୍ବୃତ ବାରଣ୍ଡାରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଵା ଅଭିଯୋଗ ହୋଇଛି।

ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଲୁହା ରଡରେ ପିଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତାରୁ ହତ୍ୟା କାରଯାଇଥିବା ସନ୍ଦେହ କରାଯାଉଛି। ପ୍ଲାଣ୍ଟ ସାଇଟ ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Leave a Reply