ଚଳନ୍ତା ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ବ୍ୟବସାୟୀ

ଭୁବନେଶ୍ୱର : ଚଳନ୍ତା ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ବ୍ୟବସାୟୀ । ଭୁବନେଶ୍ବରଠାରୁ ଦଶପଲ୍ଲ। ଯାଉଥିବା ଟ୍ରେନ ଆଗକୁ ଧାଇଁ ଆସି ଆତ୍ମହତ୍ୟା କରିଛନ୍ତି ବ୍ୟବସାୟୀ । ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ଖୋର୍ଦ୍ଧା ଟାଉନ ଷ୍ଟେସନ ନିକଟରେ ଘଟିଛି ଏଭଳି ଘଟଣା । ମୃତକ ଖୋର୍ଦ୍ଧା ଭାଲିଆବାଡିର ଶରତ କୁମାର ମହାପାତ୍ର ବୋଲି ଆରପିଏଫ ସୂଚନା ଦେଇଛି । ଜିଆରପି ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।