ଶିଳ୍ପପତି ରାଜ କୁନ୍ଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା

1 min read

ମୁମ୍ବାଇ: ଶିଳ୍ପପତି ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଜେରା କରିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ । ମୁମ୍ବାଇରେ ରାଜ୍ କୁନ୍ଦ୍ରା ଇଡି ଅଫିସରେ ପହଞ୍ଚିବା ପରେ ତାଙ୍କୁ ଅଣ୍ଡରଓ୍ୱାଲ୍ଡ ଡନ୍ ଇକବାଲ୍ ମିର୍ଚ୍ଚି ସଂପର୍କରେ ପଚରା ଉଚୁରା କରାଯାଇଥିଲା । ୨୦୧୩ରେ ଇକବାଲଙ୍କର ମୃତ୍ୟୁ ହୋଇଥିଲା । ବେଆଇନ୍ ଅର୍ଥ ନେଣଦେଣ ମାମଲାରେ ରାଜଙ୍କର ବୟାନ୍ ରେକର୍ଡ କରିପାରେ ଇଡି । ବ୍ୟବସାୟୀ ରଣଜିତ୍ ବିନ୍ଦ୍ରାଙ୍କ ସହ ରାଜ କୁନ୍ଦ୍ରାଙ୍କ ବ୍ୟବସାୟିକ ସଂପର୍କରେ ଅଧିକ ଖୋଳତାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରଣଜିତଙ୍କୁ ପୂର୍ବରୁ ବେଆଇନ୍ ଅର୍ଥ କାରବାର ମାମଲାରେ ଗିରଫ କରାଯାଇଥିଲା । ଅଣ୍ଡର ଓ୍ବାର୍ଲଡ ଡନ୍ ଦାଉଦ୍ ଇବ୍ରାହିମର ଅତ୍ୟନ୍ତ ଘନିଷ୍ଠ ଭାବେ ଜଣାଶୁଣା ଇକବାଲ୍ ମିର୍ଚ୍ଚି ହୃଦଘାତରେ ଲଣ୍ଡନରେ ପରଲୋକ ହୋଇଥିଲା ।

ମୁମ୍ବାଇରେ ରିଏଲ୍ ଇଷ୍ଟେଟ୍ ବ୍ୟବସାୟ ସଂପର୍କରେ ମିର୍ଚ୍ଚି ଓ ତାଙ୍କ ପରିବାର ବିରୋଧରେ ଅପରାଧିକ ମାମଲା ରହିଥିଲା । ଏବେ ଇଡି, କୁନ୍ଦ୍ରାଙ୍କୁ ଜେରା କରିବା ପରେ ତାଙ୍କ ପାଇଁ ଅଡୁଆ ବଢ଼ିଛି । ')}

Leave a Reply