ଚୀନ ରାଷ୍ଟ୍ରପତିଙ୍କୁ ଜୋକର କହି ବ୍ୟବସାୟୀ ୧୮ ବର୍ଷ ପାଇଁ ଜେଲ ଗଲେ
ବେଜିଂ: ଚୀନ୍ ଆଧିକାରୀକ ଭାବେ ନାସ୍ତିକ । ଚୀନରେ ଧର୍ମକୁ ମାନିବା ଅପରାଧ । ଈଶ୍ୱରଙ୍କୁ ନିନ୍ଦା କରିବା ଅପରାଧ ନୁହେଁ । ଅଧିକନ୍ତୁ ଯିଏ ଈଶ୍ୱର ନିନ୍ଦା କରେ ସେ କମ୍ୟୁନିଷ୍ଟ ପାର୍ଟିରେ ବଡ଼ ପୋଷ୍ଟ ପାଏ । କିନ୍ତୁ ଯଦି ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କୁ କିଏ ନିନ୍ଦା କଲା ତେବେ ତା’ ଅବସ୍ଥା ସେହି ୬୯ ବର୍ଷ ବୟସ୍କ ବୃଦ୍ଧଙ୍କ ଭଳି ହେବ ଯାହାଙ୍କୁ ଜେଲ୍ ଯିବାକୁ ପଡିଛି । ଏହି ବୃଦ୍ଧ ଜଣକଙ୍କ ଭୁଲ ଥିଲା ଯେ, ସେ ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କୁ ‘ଜୋକର’ କହିଥିଲେ । ତେଣୁ ଏହେ ଆସନ୍ତା ୧୮ ବର୍ଷ ପାଇଁ ଜେଲରେ ରହିବେ ।
କରୋନାରୁ ଜୋକର
ଚୀନ୍ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ତଥା ଚୀନର ଜଣେ ବଡ଼ ରିୟଲ ଇଷ୍ଟେଟ୍ ବ୍ୟବସାୟୀ ରେନ୍ ଝିକିୟାଙ୍ଗ କରୋନା ସଂକ୍ରମଣ ମୁକାବିଲା ନେଇ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କ ନୀତିକୁ ସମାଲୋଚନା କରିଥିଲେ । ସେ କରୋନା ମୁକାବିଲା ନେଇ ସରକାରୀ ରଣନୀତିକୁ ସମାଲୋଚନା କରିବାକୁ ଯାଇ ରାଷ୍ଟ୍ରପତିଙ୍କୁ ଜୋକର ବୋଲି କହିଥିଲେ । ପାର୍ଟି ତରଫରୁ ତାଙ୍କ ବିରୋଧରେ ଅନୁଶାସନହୀନତାର ଅଭିଯୋଗ ଆସିଥିଲା । ଏହାପରେ ଏପ୍ରିଲ ମାସରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା । ଜୁଲାଇରେ ତାଙ୍କୁ ପାର୍ଟିରୁ ବହିଷ୍କାର କରାଯାଇଥିଲା । ପାର୍ଟି ଓ ଜିନ୍ ପିଙ୍ଗ୍ ଝିକିୟାଙ୍ଗଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଜନେସ୍ କ୍ଲାସକୁ କଡ଼ା ସନ୍ଦେଶ ଦେବାକୁ ଚାହୁଁଥିଲେ । ଅଦାଲତ ତାଙ୍କୁ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ । ଝିକିୟାଙ୍ଗଙ୍କ ଚୀନ୍ ସୋସିଆଲ ମିଡିଆରେ ଜବରଦସ୍ତ ଅନୁଗାମୀ ରହିଛନ୍ତି । ସେ ସୋସିଆଲ ମିଡିଆରେ ଦଳ ଓ ସି ଜିନପିଙ୍ଗଙ୍କୁ ଲଗାତର ସମାଲୋଚନା କରି ଆସୁଥିଲେ । ଏପରିକି ୨୦୧୬ ମସିହାରେ ସରକାର ତାଙ୍କୁ ସୋସିଆଲ ମିଡିଆରେ ବ୍ୟାନ୍ କରିଥିଲେ । ଆଉ ଏବେ ତାଙ୍କୁ ୧୮ ବର୍ଷର କାରାଦଣ୍ଡ ମିଳିଛି ।