ଗ୍ରୀନ୍ ଜୋନରୁ ରେଡ୍ ଜୋନକୁ ବସ୍ ଗଡ଼ିବା ନେଇ ନିଷ୍ପତ୍ତି ନେବେ ସରକାର

ଭୁବନେଶ୍ୱର: ଲକଡାଉନ୍ ମଧ୍ୟରେ ଆଶ୍ୱସ୍ଥିକର ଖବର । ବହୁ କଳ୍ପନାଜଳ୍ପନା ପରେ ଏଥର ଗ୍ରୀନ ଜୋନରେ ଗଡ଼ିବ ବସ୍ । ଏନେଇ ପରିବହନ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । କେବଳ ସେତି ନୁହେଁ ବସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଭଡ଼ାକୁ ଦୁଇ ଗୁଣିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଯେହେତୁ ଦୁଇଟି ସ୍ଥାନକୁ ବସ୍ ଚଳାଚଳ କରୁଥିବା ସମୟରେ ଦୁଇଟି ସ୍ଥାନ ଗ୍ରୀନ୍ ଜୋନ ଓ ରେଡ଼ ଜୋନ ହୋଇଯାଉଛି ତେଣୁ ବସ ଚଳାଚଳ କରି ପାରୁନି । ଦିନେ କି ଦୁଇ ଦିନ ଭିତରେ ଏନେଇ ସରକାର ନିଷ୍ପତ୍ତି ନେବେ ।

କିନ୍ତୁ ସରକାରୀ ଅଧିକାରୀଙ୍କ ଯିବା ଆସିବା ପାଇଁ କଟକରୁ ବସ ଚଳାଚଳ ଆରମ୍ଭ କରିବେ ରାଜ୍ୟ ସରକାର ।  ଆସନ୍ତାକାଲି ଠାରୁ ଏହି ସେବା ଆରମ୍ଭ ହେବ ।  କଟକରୁ ଭୁବନେଶ୍ୱରକୁ ଗୋଟିଏ ବସ ଚଲିବ ବୋଲି ନିଷ୍ପତ୍ତି ନିଆଯାଇଛି । କଟକରୁ ଭୁବନେଶ୍ୱର ବସଭଡା ଭଡା ୩୦ ଟଙ୍କା ରହିବ ।

ଟ୍ରେନ୍ ଚଳାଚଳକୁ ନେଇ ନୂଆ ଗାଇଡଲାଇନ୍

ଟ୍ରେନ ଚଳାଚଳକୁ ନେଇ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ । ଆଜି ସନ୍ଧ୍ୟା ସୁଧା ଏହି ଗାଇଡଲାଇନ୍ ପ୍ରସ୍ତୁତ କରାଯିବ । ଯେଉଁ ମାନେ ଅନ୍ୟ ରାଜ୍ୟରୁ ଆସିବେ ସେମାନେ ଗାଇଡ଼ଲାଇନ ମାନିବାକୁ ବାଧ୍ୟ । ସଂଗରୋଧ ଓ ସାମାଜିକ ଦୂରତା ମାନିବାକୁ ଏମାନେ ବାଧ୍ୟ ହେବେ । ଟ୍ରେନ ଯୋଗେ ଆସୁଥିବା ଅର୍ଥିକ ସ୍ୱଛଳ ଲୋକ ନିଜସ୍ୱ ସୁବିଧାରେ ଯିବେ । ଯେଉଁମାନେ ଯାଇ ପାରିବେ ନାହିଁ ସେମାନଙ୍କ ପାଇଁ ସରକାର ବ୍ୟବସ୍ଥା କରିବେ । ଯେଉଁମାନେ ଅନ୍ୟ ରାଜ୍ୟରୁ ଆସୁଛନ୍ତି ସେମାନଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ଯଦି ସେମାନେ ପଞ୍ଜିକରଣ କରି ନଥିବେ ଏହି ଠାରେ କରିବାର ସୁବିଧା ରହିଛି ।

Leave a Reply