ଲକ୍‌ଡାଉନ୍‌ ଏକ୍‌ଜିଟ ମୋଡ୍‌ରେ ରାଜ୍ୟ ସରକାର … ଆଜିଠୁ ବସ୍‌, ଟ୍ୟାକ୍ସି, କ୍ୟାବ୍‌ ଓ ଅଟୋ ଚଳାଚଳ ପାଇଁ ଅନୁମତି

1 min read

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ ବସ୍‌, ଟ୍ୟାକ୍ସି, କ୍ୟାବ ଏବଂ ଅଟୋ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଜୀବନ ଯାତ୍ରା ଓ ଜୀବନଜୀବିକା ସ୍ୱାଭାବିକ କରିବାକୁ ଏହି ଅନୁମତି ଦିଆଯାଇଛି । ସେହିପରି ରାଜ୍ୟ- ରାଜ୍ୟ ମଧ୍ୟରେ ସହମତି ଭିତ୍ତିରେ ବସ୍‌ ଚାଲିବା ବ୍ୟବସ୍ଥା କରାଯାଇଛି । ଅନ୍ତଃରାଜ୍ୟ ଟ୍ରେନ ଚଳାଚଳକୁ ମଧ୍ୟ ଅନୁମତି ଦିଆଯାଇଛି।

ଦିନ ତମାମ୍‌ ଲାଗି ରହିଲା ସସ୍‌ପେନ୍ସ: ନା ହେଲା ହୋମ୍‌ ଡେଲିଭରି ନା ଖୋଲିଲା କାଉଣ୍ଟର

ଅପରପକ୍ଷରେ ଘରୋଇ ବସ୍‌ ମାଲିକ ସଂଘ କହିଛି, ଆଜିଠୁ ଚାଲିବନି ଘରୋଇ ବସ୍‌ । ସରକାର ଧାର୍ଯ୍ୟ କରିଥିବା ଗାଇଡ୍‌ ଲାଇନ୍‌ ଅନୁଯାୟୀ ଗାଡ଼ି ଚଳାଇବା ସମ୍ଭବ ନୁହେଁ। ସରକାର ଯାହା ଚାହୁଁଛନ୍ତି ସେଥିପାଇଁ ଆଲୋଚନା ହେବା ଦରକାର । ଗାଡ଼ି ଚଳାଇବା ପାଇଁ ସରକାର ଆଲୋଚନା କରନ୍ତୁ ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ।

ଆଜି ଜୋନାଲ ମିଟିଂ ପରେ ପରବର୍ତ୍ତି ନିଷ୍ପତ୍ତି ସମ୍ପର୍କରେ ଜଣାପଡ଼ିବ । ଏଥିସହ ଅଟୋ ଚାଲିବା ନେଇ ରାଜ୍ୟ ସରକାର ଗ୍ରୀନ୍‌ ସିଗନାଲ ଦେଇଥିଲେ ବି ଅଟୋ ମାଲିକ ସଂଘ ଗାଡ଼ି ଚଳାଇବା ନେଇ ନିଷ୍ପତ୍ତି ନେଇ ପାରିନାହାନ୍ତି । ୨ ଜଣ ଯାତ୍ରୀରେ ଗାଡ଼ି ଚଳାଇବା ସମ୍ଭବ ନୁହେଁ, ଏଥିସହ ଭଡ଼ା କିଏ ନିର୍ଦ୍ଧାରଣ କରିବ, ସେନେଇ ମଧ୍ୟ ଦ୍ୱନ୍ଦ୍ୱ ରହିଛି ବୋଲି ଅଟୋ ମହାସଂଘ କହିଛି ।

Leave a Reply